ରାଜ୍ୟରେ ପାର୍ଟ ପ୍ଲଟ୍ ବିକ୍ରି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର ହଟାଇ ଦେଇଛନ୍ତି। ଏହା ସହିତ ଆପାର୍ଟିମେଣ୍ଟ ରେଜିଷ୍ଟ୍ରେସନ୍ ପାଇଁ ବାଟ ଫିଟିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ରାଜ୍ୟରେ ହଟିଲା ପାର୍ଟ ପ୍ଲଟ୍ ବିକ୍ରି ପାଇଁ ସମସ୍ତ କଟକଣା । ଝିଅ ବାହାଘର ଓ ଉଚ୍ଚ ଶିକ୍ଷା ପାଇଁ ଟଙ୍କା ଯୋଗାଡ଼ ସମସ୍ୟା ହଟିଲା । ୫ ହଜାର ୨୦୦ ବର୍ଗଫୁଟ୍ର ପାର୍ଟ ପ୍ଲଟ୍ ବିକ୍ରି କଟକଣା ହଟିଲା । ଷ୍ଟେକ୍ ହୋଲଡର୍ଙ୍କୁ ଆଖି ଆଗରେ ରଖି ବ୍ୟବସ୍ଥା କରାଯାଇଛି । କୃଷି ଜମି ଉପରେ ସମସ୍ତ କଟକଣା ହଟିଛି । କେବଳ ଘର ବାଡ଼ି ଜମିରେ କଟକଣା ରହିଛି । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଖୁବଶୀଘ୍ର ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ନେଇ ବାଟ ଫିଟିବ । ଏଥିପାଇଁ ଫାଇଲ ପ୍ରୋସେସିଂ ଆରମ୍ଭ ହୋଇଛି, ଚୂଡ଼ାନ୍ତ ପ୍ରକ୍ରିୟାରେ ଅଛି । ପୂର୍ବ ସରକାର ସମସ୍ୟାର ଯଦି ସମାଧାନ କରିଥାନ୍ତେ ଲୋକ ହଇରାଣ ହୋଇନଥାନ୍ତେ ଏବଂ ରାଜ୍ୟ ସରକାରଙ୍କ ହଜାର ହଜାର କୋଟିର କ୍ଷତି ହୋଇନଥାନ୍ତା Post navigation ଯାଜପୁରରେ ଝାଡ଼ାବାନ୍ତି ଆତଙ୍କ; ଦୁଇ ଶହରୁ ଅଧିକ ଆକ୍ରାନ୍ତ, ୨ ମୃତ ଯାଜପୁର ଡାଇରିଆ ଆକ୍ରାନ୍ତଙ୍କ ପାଖରେ ପହଞ୍ଚିଲା ସ୍ୱାସ୍ଥ୍ୟ ଟିମ୍