ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ଏହା ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ, ସରକାରୀ ଦଳ ମୁଖ୍ୟ ସଚେତକ ଉପସ୍ଥିତ ରହିଛନ୍ତି । ଏହା ସହ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଉପସ୍ଥିତ ରହିଛନ୍ତି । ଶୀତ ଅଧିବେଶନ ସୁରୁଖୁରୁରେ କରିବାକୁ ଆଲୋଚନା କରାଯାଇଛି।

ସୂଚନା ଯୋଗ୍ୟ; ନଭେମ୍ବର ୨୭ରୁ ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ ବିଧାନସଭା ଶୀତ ଅଧିବେଶନ। ଏଥିପାଇଁ ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସି ବିଧାନସଭାରେ ଉଦବୋଧନ ଦେବେ ମହାମହିମ। ଅପରାହ୍ନରେ ଉଦବୋଧନ ଦେବେ ରାଷ୍ଟ୍ରପତି। ପ୍ରଥମଥର ପାଇଁ ଓଡିଶା ବିଧାନସଭା ଇତିହାସରେ ଗୃହକୁ ଉଦବୋଧନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗୃହ କାର୍ଯ୍ୟ ସୁରୁଖୁରରେ ଚଳାଇବା ପାଇଁ ସହଯୋଗ ଲୋଡିଛନ୍ତି ବାଚସ୍ପତି।

Leave a Reply

Your email address will not be published. Required fields are marked *