ଇଂରାଜୀ ନୂଆବର୍ଷ ୨୦୨୬ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଜାନୁଆରୀ ୧ ତାରିଖ ସରକାରୀ କାର୍ଯ୍ୟ ଦିବସ ରହୁଥିବାରୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୋଟିଏ ସାଧାରଣ କାର୍ଯ୍ୟଦିବସ ଭଳି ଚାଲିବ ଏବଂ ନିୟମିତ ଭାବେ ସରକାରୀ କାର୍ଯ୍ୟ ହେବ । ତେଣୁ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନୂଆବର୍ଷର ଅଭିନନ୍ଦନ କିମ୍ବା ଶୁଭେଚ୍ଛା ଜଣାଇବା ପାଇଁ କେହି ନ ଆସିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହାସହିତ ସରକାରୀ କର୍ମଚାରୀମାନେ ମଧ୍ୟ ଅଫିସ ସମୟରେ ଶୁଭେଚ୍ଛା ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ସାମିଲ ନ ରହି, ଅଫିସ୍ କାର୍ଯ୍ୟ ଉପରେ ଗୁରୁତ୍ୱ ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି । ତାଙ୍କ ସରକାରୀ ବାସଭବନକୁ ଯେଉଁମାନେ ଶୁଭେଚ୍ଛା ଜଣାଇବାକୁ ଆସିବେ, କୌଣସି ଉପହାର କିମ୍ବା ପୁଷ୍ପଗୁଚ୍ଛ ଧରି ନ ଆସିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । କେବଳ ବ୍ୟକ୍ତିଗତ ସୌଜନ୍ୟମୂଳକ ଶୁଭେଚ୍ଛା ବ୍ୟତୀତ କୌଣସି ପ୍ରକାର ଉତ୍ସବ ରାଜ୍ୟ ସରକାରୀ କାର୍ଯ୍ୟାଳୟ ପରିସର ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । Post navigation Sickle Attack On Odisha Youth In Tamil Nadu: ଓଡ଼ିଆ ଯୁବକଙ୍କୁ ତାମିଲନାଡୁରେ ମରଣାନ୍ତକ ଆକ୍ରମଣ Attack On Odia Youth In Tamil Nadu: ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ; ଗଭୀର ଉଦ୍ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ