ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଆଜି ଉପନିର୍ବାଚନ ପ୍ରଚାରର ଅନ୍ତିମ ଦିନରେ କ୍ୟାମ୍ପେନରେ କମ୍ପୁଛି ନୂଆପଡ଼ା। ନୂଆପଡ଼ା ଗଡ଼ ଜିତିବାକୁ ଜି ଜାନ୍ ଲଗେଇ ଦେଇଛନ୍ତି ୩ ଦଳ। ରାଜନୈତିକ ଦଳର ନେତାମାନେ ଆଜି ସନ୍ଧ୍ୟା ସୁଦ୍ଧା ପ୍ରଚାର କରିବେ। ଏଥିପାଇଁ ତିନି ଦଳଙ୍କର ଜାରି ରହିଛି ଜୋରଦାର ପ୍ରଚାର। ଆଜି ଅପରାହ୍ନ ୪ଟା ରେ ପ୍ରଚାର ବନ୍ଦ। ଚଳିତ ମାସ ନଭେମ୍ବର ୧୧ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ତେଣୁ ଆଜି ଅପରାହ୍ନ ୪ଟାରୁ ସାଇଲେନ୍ସ ପିରିୟଡ ଲାଗୁ ହେବ। ସାଇଲେନ୍ସ ପିରିୟଡ ପୂର୍ବରୁ ସମସ୍ତ ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ବାହାର ଲୋକଙ୍କୁ ନୂଆପଡ଼ା ଛାଡ଼ିବାକୁ କଡ଼ା ନିର୍ଦ୍ଦେଶାନାମା ଜାରି ହୋଇଛି। ଭୋଟିଂର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ କଣ୍ଟେଣ୍ଟ ପ୍ରସାରଣ ନ କରିବାକୁ ଅପିଲ ମଧ୍ୟ କରାଯାଇଛି। ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ମତଦାନ କରିବାକୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି ହୋଇଛି। ଅନ୍ୟପଟେ ଗତକାଲି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ନୂଆପଡ଼ାରୁ ଖରିଆର ଯାଏଁ ବିଶାଳ ରୋଡ୍ ଶୋ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ପ୍ରଚାରର ଶେଷ ଦିନ ଥିବାରୁ କଂଗ୍ରେସ ଓ ବିଜେଡି ବି ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ତେବେ ଆଜି ଅନ୍ତିମ ଦିନରେ ମତଦାତାଙ୍କୁ ଆକର୍ଷିତ କରିବା ପାଇଁ ନେତା ଓ କର୍ମୀମାନେ ଉଦ୍ୟମ କରିବେ। Post navigation Pitabash Panda Murder Case: ପୀତବାସଙ୍କ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା