ଓଡ଼ିଶାରେ ଆଉ ମିଳିବନି ମଦ। ଓଡ଼ିଶାକୁ ମଦମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେଣି ସରକାର। ରାଜ୍ୟରେ ପର୍ଯ୍ୟାୟକ୍ରମେ ବନ୍ଦ ହେବ ମଦ । ବିଭିନ୍ନ ସଂଗଠନ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦୀର୍ଘ ବର୍ଷ ହେଲା ଦାବି କରିଆସୁଥିବା ବେଳେ ଆଜି ଓଡ଼ିଶାରେ ମଦ ବାନ୍ କୁ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ବୟାନ ଦେଇଛନ୍ତି।

ସେ କହିଛନ୍ତି ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ ହୋଇଛି। ସରକାରୀସ୍ତରରେ ଅନେକ ରାଜ୍ୟରେ ମଦବିକ୍ରି ବନ୍ଦ କରାଯାଇଛି । ଓଡ଼ିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ । ଓଡ଼ିଶାକୁ ମଦ ମୁକ୍ତ ଓ ନିଶାମୁକ୍ତ କରିବାକୁ ଯୋଜନା କରାଯାଉଛି । ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା ହେବ। ଆଲୋଚନା ହୋଇ ପର୍ଯ୍ୟାୟକ୍ରମେ ପଦକ୍ଷେପ ନିଆଯିବ। ସୁସ୍ଥ ସମାଜ ଗଠନ ପାଇଁ ଏହା ବେଶ ଆବଶ୍ୟକ ।

ପୂର୍ବରୁ ମଧ୍ୟ ବିହାର, ଗୁଜୁରାଟ, ମିଜୋରାମ, ନାଗାଲାଣ୍ଡ, ଏବଂ ଲକ୍ଷ୍ମଦ୍ୱୀପରେ ବନ୍ଦ ବ୍ୟାନ କରାଯାଇଥିଲା। ଏହା ଦେଶର ମଦମୁକ୍ତ ରାଜ୍ୟ ପାଇଁ ପରିଚିତ। ଏଣିକି ଓଡ଼ିଶା ମଧ୍ୟ ଏହି ତାଲିକାରେ ସାମିଲ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *