ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶିବା ପ୍ରଧାନ ଗିରଫ। ମାରଣାସ୍ତ୍ର ସହ ଉଠାଇନେଲା ଖଣ୍ଡଗିରି ଥାନା ପୋଲିସ । ପୂର୍ବରୁ ୪ ଅଭିଯୁକ୍ତ ମାମଲାରେ ଗିରଫ ହୋଇଥିଲେ। ଅକ୍ଟୋବର ୧୩ରେ ଜମିବାଡ଼ି ବିବାଦରୁ ହତ୍ୟା କରାଯାଇଥିଲା। ଶିବା ପ୍ରଧାନଙ୍କୁ ପ୍ରଥମେ ପଚରାଉଚରା କରିବା ପରେ ପୋଲିସ ତାକୁ ଗିରଫ କରିବାର ସୂଚନା ରହିଛି । ରାଜ୍ୟ ବାହାରକୁ ଖସିବାଯିବାକୁ ସଦାଶିବ ଉଦ୍ୟମ କରୁଥିବା ପୋଲିସ ପକ୍ଷରୁ ସୂଚନା ରହିଛି । ଜେରା ସମୟରେ ପୋଲିସ ଆଗରେ ସୁଧାଂଶୁ ଖୁଣ୍ଟିଆ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଶିବା ପ୍ରଧାନ ସବୁ ସତ ମାନିଛି । ପୋଲିସ ଆଗରେ ଶିବା କହିଥିଲା କି, ସୁଧାଂଶୁ ହତ୍ୟା ପାଇଁ ତିନି ମାସ ତଳୁ ପ୍ଲାନ ହୋଇଥିଲା । ସୂଚନା ଯୋଗ୍ୟ; ଗତ ଅକ୍ଟୋବର ୧୩ ତାରିଖ, ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ଏମ୍ସରେ କାର୍ଯ୍ୟରତ ଲ୍ୟାବ୍ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆଙ୍କୁ ସରକନ୍ତରା ଗାଁରେ ଗୁଳିକରି ହତ୍ୟା କରାଯାଇଥିଲା। ସୁଧାଂଶୁ ଡ୍ୟୁଟିକୁ ବାହାରିକି ଯାଉଥିବାବେଳେ ଶିବା ତାଙ୍କୁ ପ୍ରଥମେ ଅଟକାଇଥିଲା । ଏହା ପରେ ଗୁଳି କରିଥିଲା । ଘର ଢିହକୁ ନେଇ ସୁଧାଂଶୁଙ୍କ ବାପା ପଠାଣି ଏବଂ ଦାଦା ସୁକାନ୍ତଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ଘଟଣାରେ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ସୁକାନ୍ତ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ରାକେଶ ଖୁଣ୍ଟିଆ ଓ ସୁବ୍ରତ ସାହୁ । ସୁଧାଂଶୁଙ୍କ ସାନ ବାପାଙ୍କ ପୁଅ ତଥା ମୁଖ୍ୟ ଅଭିଯୁକ୍ତ ଶିବା ପ୍ରଧାନ ଅଟେ । Post navigation Winter Assembly Session: ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ