ଆସନ୍ତା ଜୁନ ୨୭ରୁ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହାକୁ ସୁରକ୍ଷିତ ଭାବେ ସମ୍ପୂର୍ଣ କରିବା ସହ ରଥଯାତ୍ରାରେ ସମ୍ଭାବ୍ୟ ଭିଡ଼ ନିୟନ୍ତ୍ରଣ ପାଇଁ ଜଗିବ ଏଆଇ କ୍ୟାମେରା । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ଆଜି ସୂଚନା ଦେଇଛନ୍ତି ଏସ୍‌ପି । ସେ କହିଛନ୍ତି ପ୍ରତିବର୍ଷ କୋଟି କୋଟି ଭକ୍ତ ରଥଯାତ୍ରା ଦେଖିବାକୁ ବଡ଼ଦାଣ୍ଡରେ ଜମା ହେଉଥିବାବେଳେ ସେମାନଙ୍କ ଉପରେ ନଜର ରଖିବ ସ୍ୱତନ୍ତ୍ର କ୍ୟାମେରା । ଏହା ସହ ଟ୍ରାଫିକ୍ ଓ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ବଡ଼ଦାଣ୍ଡରେ ଲାଗିବ ଏଆଇ କ୍ୟାମେରା । ଏନଏଚ୍ ଓ ବଡ଼ଦାଣ୍ଡରେ କ୍ୟାମେରା ଲଗାଇବା କାର୍ଯ୍ୟ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *