ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ହେଉଥିବାରୁ ମହାପ୍ରଭୁଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ ଲାଗିବ ଏଆଇ (AI) କ୍ୟାମେରା। ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ଚାରିଦ୍ବାର ସହିତ ଗୁମୁଟ, ବାଇଶି ପାହାଚ, କୀର୍ତ୍ତନ ଚକଡ଼ାରେ କ୍ୟାମେରା ଲାଗିବ। ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣ କରାଯିବ। ଏ ନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ପାଦକ୍ଷେପ ନେଇଛି। ଏହି ଅତ୍ୟାଧୁନିକ ବ୍ୟବସ୍ଥାକୁ ଶ୍ରଦ୍ଧାଳୁ ଓ ସେବାୟତ ସ୍ୱାଗତ କରିଛନ୍ତି। Post navigation ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଭିଜିଲାନ୍ସ ଜାଲରେ ଭୂତତ୍ତ୍ୱବିତ