ରାଜ୍ୟରେ ଲାଗିରହିଛି ଶୀତର ପ୍ରକୋପ । ଆଜି ୧୦ ଡିଗ୍ରୀ ତଳେ ରାଜ୍ୟର ୮ଟି ସହର ରହିଛି । ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ କମିବ ଶୀତ । ପଶ୍ଚିମା ଝଡ଼ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ ହେବ । ଏଥିସହ ପୂର୍ବ ଦିଗରୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ପାଇବ। ଫଳରେ ୫ତାରିଖ ପରଠୁ ରାତ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବନୁମାନ କରାଯାଇଛି ।

ସେହିପରି ଆଜି ଜି.ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ଜି. ଉଦୟଗିରିରେ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ ରହିଥିବା ବେଳେ ସେମିଳିଗୁଡ଼ାରେ ୬.୮, ରାଉରକେଲା ୭.୨ ଡିଗ୍ରୀ, ଫୁଲବାଣୀ ୭.୫, ଝାରସୁଗୁଡା ୭.୮ ଡିଗ୍ରୀ, ଦାରିଙ୍ଗବାଡି ୮.୫, ଚିପିଲିମାରେ ୯.୩ ଡିଗ୍ରୀ ରେକର୍ଡ କରାଯାଇଛି ।

ଅନ୍ୟପଟେ ରାଜ୍ୟରେ ଆସନ୍ତା ୨ ଦିନ କୁହୁଡ଼ି ସ୍ଥିତି ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, କଟକରେ କୁହୁଡ଼ି ଆଶଙ୍କା ରହିଛି । ଗଞ୍ଜାମ, ଗଜପତି, ନୟାଗଡ଼ରେ କୁହୁଡ଼ି ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । କେନ୍ଦୁଝର ଓ ମୟୂରଭଞ୍ଜରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିବ ।

Leave a Reply

Your email address will not be published. Required fields are marked *