ଆଡଭୋକେଟ ଜେନେରାଲ ଶ୍ରୀ ପିତାମ୍ବର ଆଚାର୍ଯ୍ୟ ଦାୟିତ୍ବ ଗ୍ରହଣ କରିବା ପରେ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ଆଚାର୍ଯ୍ୟଙ୍କୁ ନୂତନ ଦାୟିତ୍ବ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ନ୍ୟାୟିକ କ୍ଷେତ୍ରରେ ଶ୍ରୀ ଆଚାର୍ଯ୍ୟଙ୍କ ‌ଅଭିଜ୍ଞ ପରାମର୍ଶ ରାଜ୍ୟର ସ୍ବାର୍ଥ ରକ୍ଷା ଦିଗରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏହି ସାକ୍ଷାତ ସମୟରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉପସ୍ଥିତ ଥିଲେ।

By Nirvay

Leave a Reply

Your email address will not be published. Required fields are marked *