ପୁରୀରେ ବିପୁଳ ବାଣ ଜବତ। ପୂଜା ସାମଗ୍ରୀ ନାଁରେ ଚାଲିଥିଲା ବେଆଇନ ବାଣ ଗୋଦାମ । ପୁରୀ ନବକଳେବର ରୋଡ୍‌ରେ ବଡ଼ ଧରଣର ବେଆଇନ ବାଣ ଗୋଦାମରେ ଚଢାଉ କରାଯାଉଛି। ଏକ ପୂଜା ସାମଗ୍ରୀ ଗୋଦାମରେ ଏହି ରେଡ୍ ହୋଇଥିବା ଜଣାପଡ଼ିଥିବା ବେଳେ ଚଢାଉ ବେଳେ ବିପୁଳ ବାଣ ଜବତ ହୋଇଛି। ବାଣ ପ୍ରସ୍ତୁତି ସାମଗ୍ରୀ ମଧ୍ୟ ଜବତ କରିଛି ପୋଲିସ।

ସୂଚନା ଯୋଗ୍ୟ; ଅବସରପ୍ରାପ୍ତ ପୋଲିସ ଡିଏସପି ଚକ୍ରଧର ମହାପାତ୍ରଙ୍କ ପୁଅ ସନ୍ତୋଷ ମହାପାତ୍ର ଏହାକୁ ଭଡା ଦେଇଥିଲେ। ଦୀର୍ଘ ୨ ବର୍ଷ ହେବ ଚାଲିଥିଲା ବାଣ ଗୋଦାମ । ଲେଙ୍କା ସାହିର ଅଜିତ ସେନାପତି ଦୀର୍ଘ ୨ ବର୍ଷ ହେବ ସେ ଘର ଭଡା ନେଇଥିଲା। ପୂଜା ସାମଗ୍ରୀ ଗୋଦାମ ନାଁରେ ଭଡା ନେଇ ସେ ବାଣ କାରବାର କରୁଥିଲେ।  ଆଜି ତାଙ୍କ ଘରୁ ବିପୁଳ ପରିମାଣର ବାଣ, ବାରୁଦ,ବାଣ ତିଆରି ସାମଗ୍ରୀ ଜବତ ହୋଇଛି। ତାଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *