ପୁଣି ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। କଟକ, ଭୁବନେଶ୍ବର ଓ କେନ୍ଦ୍ରାପଡା ସମେତ ୫ଟି ସ୍ଥାନରେ ରେଡ କରିଛି ଭିଜିଲାନ୍ସ । ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶକ୍ରମେ କଟକ ଡିଭିଜନ ପକ୍ଷରୁ ରେଡ୍ ଜାରି ରହିଛି । କଟକ କଲ୍ୟାଣୀ ନଗରସ୍ଥିତ ଘର, ସମ୍ପର୍କୀୟଙ୍କ ଘର, ନୂଆପଡାସ୍ଥିତ ପୈତୃକ ଘର, ଲିଙ୍ଗିପୁରସ୍ଥିତ ଦୁଇମହଲା ଫ୍ଲାଟ, କେନ୍ଦ୍ରାପଡା ଅଫିସରେ ଯାଞ୍ଚ କରୁଛି ଭିଜିଲାନ୍ସ । ୪ ଜଣ ଡିଏସପିଙ୍କ ସମେତ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *