ଆଡ଼ପ ମଣ୍ଡପ ବିଜେ ବେଳେ ତଳକୁ ଖସିପଡିଲେ ମହାପ୍ରଭୁ ବଳଭଦ୍ର। ୭ ଜଣ ସେବାୟତ ଆହତ ହୋଇଛନ୍ତି। ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଇନ ମନ୍ତ୍ରୀଙ୍କୁ ତୁରନ୍ତ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାସ୍ଥଳରେ ପହଞ୍ଚି ଉପଯୁକ୍ତ ପଦକ୍ଷେପ ନେବାକୁ ଆଇନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତୁରନ୍ତ ପୁରୀ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ହସ୍ପିଟାଲରେ ଆହତ ସେବାୟତମାନଙ୍କୁ ଭେଟିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *