ଭୁବନେଶ୍ୱର, : ବିଜେପି ପ୍ରାର୍ଥୀଙ୍କ ଲାଗି ପ୍ରଚାର ପାଇଁ ଆଜି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ହେମାମାଳିନୀ ଓଡ଼ିଶା ଆସିଛନ୍ତି । ପ୍ରଥମେ ସେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ସାଲିଆ ସାହିରେ ପ୍ରଚାର କରୁଛନ୍ତି । ଉତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳି ସାଲିଆ ସାହିର ଜନସଭାକୁ ସମ୍ବୋଧିତ କରି ଭଗବାନ ଶ୍ରୀକୃଷ୍ଣନଗର ମଥୁରା ସାଂସଦ ତଥା ଅଭିନେତା ହେମା ମାଳିନୀ ରାଧେ ରାଧେ କହି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଚାର ସମୟରେ ସେ ବିଜେଡିକୁ କଡା ସମାଲୋଚନା କରିଥିଲେ । ସେ କହିଥିଲେ କି, ଓଡ଼ିଶାରେ ସାଂସ୍କୃତିକ ସ୍ଥାନ, ପ୍ରାକୃତିକ ଉପାଦାନ ରହିଛି । ବିଜେଡି ଦୀର୍ଘଦିନ ସରକାର ରହି ମଧ୍ୟ ପର୍ଯ୍ୟଟନର ବିକାଶ କରିନାହିଁ । ଅପାର ସମ୍ଭାବନା ଥିବା ଓଡିଶାରେ ପର୍ଯ୍ୟଟନର ସଠିକ ବିକାଶ ହୋଇନାହିଁ । ପର୍ଯ୍ୟଟନ ପ୍ରତି ବିଜେଡି ସରକାରର ଧ୍ୟାନ ନାହିଁ ବୋଲି ସାଂସଦ ଶ୍ରୀମତୀ ହେମାମାଲିନୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଦେଶବାସୀ ଖୁସି । ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ବିକାଶ ହେଉଛି । ପୂରା ଭାରତର ନୂଆ ନିର୍ମାଣ ହେଉଛି । ଗରିବ, ମହିଳା, ଦଳିତଙ୍କ ପାଇଁ ମୋଦି ଅନେକ ଯୋଜନା କରିଛନ୍ତି ।  ରାଜ୍ୟର ୨୫ବର୍ଷ ସରକାର ପରିବର୍ତନ ହେବାର ସମୟ ଆସିଛି । ଓଡ଼ିଶାରେ ବର୍ତମାନ ସୁଦ୍ଧା କୌଣସି ବିକାଶ ହୋଇନି । ଓଡିଶାର ବିକାଶ ପାଇଁ ମୋଦି ସରକାର ଗତ ୧୦ ବର୍ଷରେ ୧୮ଲକ୍ଷ କୋଟି ଟଙ୍କା ଓଡିଶାକୁ ଦେଇଛନ୍ତି । ରାଜ୍ୟରେ ବିକାଶର ବାଧକ ସାଜିଛି ବିଜେଡି ସରକାର । ଓଡ଼ିଶାର ବିକାଶ ପାଇଁ ବିଜେପି ସରକାର ଆବଶ୍ୟକ ଅଛି ।
ମୁଁ ଓଡ଼ିଶାକୁ ୨୦୧୯ରୁ ଆସୁଛି । ଓଡ଼ିଶାର କଳା, ସଂସ୍କୃତିରେ ମୁଁ ପ୍ରଭାବିତ । ଓଡ଼ିଶାର ନୃତ୍ୟଗୁରୁଙ୍କ ସହ ମୋର ସାକ୍ଷାତ ହୋଇଛି । ନିର୍ବାଚନ ବେଳେ କେଳୁଚରଣ ମହାପାତ୍ରଙ୍କ କଥାକୁ ମଧ୍ୟ ସ୍ମରଣ କରିଛନ୍ତି । ମୁଁ ଆଜି ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସିଛି । ଓଡିଶାର କଳା, ସଂସ୍କୃତି, ଐତିହ୍ୟ, ଭାସ୍କର୍ଯ୍ୟର ସଠିକ ପ୍ରଚାର କରିବାରେ ବିଜେଡି ସରକାର ବିଫଳ ହୋଇଛି । ଓଡିଶାରେ ବିଜେପି ସରକାର ହେବ, ଓଡ଼ିଶାର ଲୋକେ ବିକାଶର ସ୍ୱାଦ ଚାଖିବେ ବୋଲି ହେମା ମାଳିନୀ କହିଛନ୍ତି । ଏହି ଜନସଭାରେ ସାଂସଦ ଅପରାଜିତା ଷଡଙ୍ଗୀ, ପୁରୀ ସାଂସଦ ପ୍ରାର୍ଥୀ ଡା.ସମ୍ବିତ ପାତ୍ର, ଉତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର, ପିପିଲି ବିଧାୟକ ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ, କଟକ ସଦର ବିଧାୟକ ପ୍ରାର୍ଥୀ ପ୍ରକାଶ ସେଠୀ ପ୍ରମୁଖଙ୍କ ସମେତ ଅନେକ ନେତା ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

 

By Nirvay

Leave a Reply

Your email address will not be published. Required fields are marked *