Actor Dharmendra Discharged From Hospital, To Be Treated At Home
ମୁମ୍ବାଇର ବ୍ରିଚ କ୍ୟାଣ୍ଡେଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କୁ ଆଜି ସକାଳ ୭:୩୦ ରେ ଡିସଚାର୍ଜ କରାଯାଇଛି । ପରିବାର ତାଙ୍କୁ ଘରୋଇ ଚିକିତ୍ସା ଦେବାକୁ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ଘରେ ଚିକିତ୍ସା କରାଯିବ ବୋଲି ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ଡାକ୍ତର ପ୍ରଫେସର ପ୍ରତୀତ୍ ସମଦାନୀ କହିଛନ୍ତି ।
 
ଧର୍ମେନ୍ଦ୍ରଙ୍କ ପରିବାର ମଧ୍ୟ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ଏବଂ ସେ ଘରେ ତାଙ୍କର ଚିକିତ୍ସା ଜାରି ରଖିବେ । ଗଣମାଧ୍ୟମ ଏବଂ ଜନସାଧାରଣଙ୍କୁ ପରିବାର ଅନୁରୋଧ କରି କହିଛନ୍ତି ଯେ, ସେମାନେ କୌଣସି ଗୁଜବରୁ ନିବୃତ୍ତ ରୁହନ୍ତୁ ଏବଂ ଏହି ସମୟ ମଧ୍ୟରେ ତାଙ୍କର ଏବଂ ପରିବାରର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ । ଧର୍ମେନ୍ଦ୍ରଙ୍କ ନିରନ୍ତର ସୁସ୍ଥତା, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ସମସ୍ତଙ୍କର ପ୍ରାର୍ଥନା ଏବଂ ଶୁଭକାମନାକୁ ପ୍ରଶଂସା କରୁଛୁ ବୋଲି ଧର୍ମେନ୍ଦ୍ରଙ୍କ ପରିବାର କହିଛନ୍ତି ।
 
ସୂଚନା ଯୋଗ୍ୟ; ଅଭିନେତା ଧର୍ମେନ୍ଦ୍ରଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
 
ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ଅଭିନେତା ଭାବରେ ଗଣାଯାଉଥିବା ଧର୍ମେନ୍ଦ୍ର ୧୯୬୦ ମସିହାରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ଦିଲ୍ ଭି ତେରା ହମ୍ ଭି ତେରେ’ ସହିତ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ । ତାଙ୍କୁ ୨୦୧୨ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା ।

By Nirvay

Leave a Reply

Your email address will not be published. Required fields are marked *