ରାଜ୍ୟ ଏବେ ଧାନ କିଣା ଆରମ୍ଭ ହୋଇଯାଇଛି । ଧାନ କିଣା ନେଇ ମିଲରଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କଡ଼ା ଚେତାବନୀ ଦେଇ କହିଛନ୍ତି ଚାଷୀମାନେ ସିଧାସଳଖ ଧାନ ବିକ୍ରି କରିବେ ।ମଣ୍ଡି ବ୍ୟତୀତ ବାହାରୁ ଧାନ କିଣିଲେ ହେବ କାର୍ଯ୍ୟାନୁଷ୍ଠାନ । ଯେଉଁ ମିଲରମାନେ ବାହାରୁ କମ ଦାମରେ ଧାନ କିଣି ଗଚ୍ଛିତ ରଖୁଛନ୍ତି ସେମାନଙ୍କ ମିଲ୍‌କୁ ସିଲ୍‌ କରାଯିବା ସହ କଳା ତାଲିକାଭୁକ୍ତ କରାଯିବ । ନୂଆପଡ଼ାରେ ଏହି କାରଣ ପାଇଁ ମିଲ୍‌କୁ ସିଲ୍‌ କରାଯାଇଛି । ଆଗକୁ ଯିଏ ବି ଏମିତି କାମ କରିବ ତା ଉପରେ ହେବ କାର୍ଯ୍ୟାନୁଷ୍ଠାନ ।

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଉ ମଧ୍ୟ କହିଛନ୍ତି କିଛି ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ଚାଷୀମାନେ ତର ତର ହୋଇଯାଉଛନ୍ତି ଧାନ ବିକ୍ରି କରିବାକୁ । ଯାହାର ସୁଯୋଗ ନେଉଛନ୍ତି ଦଲାଲ । ନୂଆପଡ଼ାରୁ ଏମିତି ଖବର ଆସିଥିଲା । ମିଲ ମାଲିକ ମଣ୍ଡିରୁ ଧାନ ନ କିଣି ୫୦୦ କୁଇଣ୍ଟାଲ ଧାନ ୧୭୦୦ ଟଙ୍କାରେ କିଣି ମହଜୁଦ ରଖିଥିଲା ତାକୁ ସିଲ କରାଯାଇଛି। ଆଗକୁ ଏମିତି ଯିଏ ବି କାମ କରିବ ତା ଉପରେ କଡ଼ା ଆକ୍ସନ ନେବେ ରାଜ୍ୟ ସରକାର । ଚାଷୀମାନେ ଧାନ ବିକ୍ରି କରି କ୍ୱିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା ସିଧାସଳଖ ନେବେ । ସେଠାରେ ମଧ୍ୟସ୍ଥିଙ୍କର କୌଣସି ଭୂମିକା ରହିବ ନାହିଁ । ସେଥିପାଇଁ ସିସିଟିଭିର ବ୍ୟବସ୍ଥା କରାଯାଇଛି ଏବଂ ଅଫିସରମାନେ ନଜର ରଖିଛନ୍ତି । ଏହା ସହିତ ଚାଷୀଙ୍କ ସୁବିଧା ପାଇଁ ପିଇବା ପାଣି, ବସିବା ବ୍ୟବସ୍ଥା ଏବଂ ବାଥରୁମ ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *