ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ହେବ କାର୍ଯ୍ୟାନୁଷ୍ଠାନ । ଏ ଘଟଣାରେ ସାମିଲ ଥିବା ଲୋକଙ୍କ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ  । ମନ୍ତ୍ରୀ କହିଛନ୍ତି ପ୍ରଶ୍ନପତ୍ର ଲିକ୍ ଘଟଣାରେ ସାମିଲ ରହିଥିବା ବ୍ୟକ୍ତି ଶିକ୍ଷକ କି ଯେତେ ବଡ଼ ଲୋକ ହୁଅନ୍ତୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁମାନେ ବ୍ୟତିକ୍ରମରେ ସାମିଲ ଅଛନ୍ତି, ସେମାନଙ୍କ ମଧ୍ୟରେ କିଛି ଲୋକଙ୍କୁ କ୍ରାଇମବ୍ରାଞ୍ଚ ଏବେ ସୁଦ୍ଧା ଗିରଫ କରିଛି । ଘଟଣାର ଏବେ ତଦନ୍ତ ଚାଲିଛି ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି କ୍ୟୁଆର କୋଡ ଥିବା ସତ୍ତ୍ବେ ଏଭଳି ଘଟଣା ଘଟିଛି। ତେଣୁ ଏଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଆଗକୁ କିପରି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ବିଭାଗ ସଜାଗ ଅଛି । ତେଣୁ ଆଗାମୀ ଦିନରେ କେମିତି ସ୍ୱଚ୍ଛତାର ସହ ପରୀକ୍ଷା ହେବ, ଆଲୋଚନା କରି ଶୀଘ୍ର ପରୀକ୍ଷା ତାରିଖ ବିଜ୍ଞପ୍ତି ବାହାର କରାଯିବ ।

ଅନ୍ୟପଟେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ୬ ଜଣ ଗିରଫ କରାଯାଇଛି । ଏହି ରାକେଟରେ ଅନ୍ୟମାନେ ସାମିଲ ଥିବା ସନ୍ଦେହ କରି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *