ସୁଭଦ୍ରା ଯୋଜନା ଆବେଦନ ପ୍ରକ୍ରିୟାରେ ଅନିୟମିତତା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ହିତାଧିକାରୀମାନେ ଅଙ୍ଗନବାଡି କେନ୍ଦ୍ର, ମୋ ସେବା କେନ୍ଦ ଓ ଜନସେବା କେନ୍ଦ୍ରରୁ ମାଗଣାରେ ଏହି ଫର୍ମ ପାଇପାରିବେ। ହେଲେ ଏହି ନିୟମର ଉଲ୍ଲଙ୍ଘନ ହୋଇଥିବା ଜଣାପଡିଛି। ସୁଭଦ୍ରା ଟୋଲ ଫ୍ରି ନମ୍ବର ମାଧ୍ୟମରେ ଅଭିଯୋଗ ଆସିଛି ଯେ, କେତେକ ସ୍ଥାନରେ ଆବେଦନ ପାଇଁ ହିତାଧିକାରୀଙ୍କୁ ଟଙ୍କା ମଗାଯାଉଛି। ତେଣୁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ପାଇଁ ପ୍ରତିବନ୍ଧକ ସାଜିଥିବା ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି କରି ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ୱରର ଖଇରା, ଭଦ୍ରକର ଧାମନଗର, କଟକର ୧୩ ନମ୍ବର ୱାର୍ଡ, ଜଗତସିଂହପୁରର ତିର୍ତ୍ତୋଲ, ଯାଜପୁରର ରସୁଲପୁର, କେନ୍ଦ୍ରାପଡାର ଆଳି, ପୁରୀର ପିପିଲି ଓ କାକଟପୁରରୁ ହିତାଧିକାରୀଙ୍କଠାରୁ ଟଙ୍କା ମଗାଯାଉଥିବା ଅଭିଯୋଗ ଆସିଛି। Post navigation ଓଡ଼ିଶାରେ ସମବାୟ ବ୍ୟବସ୍ଥାର ଢାଞ୍ଚା ପରିବର୍ତ୍ତନ କରିବାକୁ ବିଜେପି ବଦ୍ଧପରିକର ‘ନିନାଦ’; ଦିବ୍ୟାଙ୍ଗଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଆମ ସମାଜର ଦାୟିତ୍ବ