ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି ବଜାରରେ ଆଳୁର ଦର । ପଶ୍ଚିମବଙ୍ଗରୁ ଆମଦାନି ବନ୍ଦ ହେବା ଫଳରେ ଓଡ଼ିଶାରେ ଆଳୁ ବଜାରରେ ଦର ଆକାଶ ଛୁଆଁ ହେବାରେ ଲାଗିଛି। ବର୍ତ୍ତମାନ ରାଜଧାନୀରେ ଆଳୁ ଦର ୪୫ରୁ ୫୦ ଟଙ୍କା ରହଥିବା ବେଳେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ଆଳୁର ବର୍ଦ୍ଧିତ ଦରକୁ ନେଇ ଆଜି ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବଜାର ଓ ଗୋଦାମରେ ଚଢାଉ କରାଯାଉଛି।

ସେହିପରି ନିଜେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଭୁବନେଶ୍ୱରସ୍ଥିତ ଆଇଗିଣିଆ ଆଳୁ ଗୋଦାମକୁ ଯାଇସ୍ଥିତିର ଯାଂଚ କରିଛନ୍ତି । ସେ କହିଛନ୍ତି, ଏବେ ଯେତିକି ଆଳୁ ମହଜୁଦ ଅଛି, ତାହା ସାତ ଦିନ ଯାଏଁ ରାଜ୍ୟରେ ଆଳୁର ଚାହିଦାକୁ ପୂରଣ କରିପାରିବ । ତେଣୁ ଅସାଧୁ ବ୍ୟବସାୟୀ ଚଢ଼ା ଦରରେ ଆଳୁ ବିକ୍ରି କଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ। ପଶ୍ଚିମବଙ୍ଗରୁ ଆଳୁ ଆଣିବାକୁ ଚେଷ୍ଟା ଚଳାଇଛନ୍ତି ସରକାର। ପଶ୍ଚିମବଙ୍ଗରୁ ଆଳୁ ଆସି ନପାରିଲେ ଉତ୍ତରପ୍ରଦେଶରୁ ଆମଦାନୀ ପାଇଁ ଯୋଗାଯୋଗ କରାଯାଉଛି ।

ତେବେ ଆଳୁ ଆମଦାନୀ କ୍ଷେତ୍ରରେ ଉପୁଜିଥିବା ସମସ୍ୟାକୁ ନେଇ ଆଜି ଅପରାହ୍ନରେ ସ୍ଥିତିର ସମୀକ୍ଷା କରାଯିବା ସହ ଏକ ଜରୁରୀ ବୈଠକ ବସିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେ ଆଉ ମଧ୍ୟ କହିଛନ୍ତି ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ଏ ନେଇ ଆମେ ତାଙ୍କ ସହ ଆଲୋଚନା କରିବୁ ।

Leave a Reply

Your email address will not be published. Required fields are marked *