କିଟ୍ରେ ନେପାଳି ଛାତ୍ରୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତକାରୀ କମିଟି ଆଗରେ ହାଜର ହୋଇଛନ୍ତି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଛାତ୍ରୀ ମୃତ୍ୟୁ ମାମଲାରେ ଚାଲିଛି ପଚରାଉଚରା । ହାଜର ହେବାକୁ ଗତକାଲି ସମନ କରିଥିଲା ଉଚ୍ଚଶିକ୍ଷା ବିଭାଗ । ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ କୁହାଯାଇଥିଲା । ଅଚ୍ୟୁତ ସାମନ୍ତଙ୍କ ସମତେ ମୋଟ୍ ୮ ଜଣଙ୍କୁ ସମନ କରିଥିଲା ଉଚ୍ଚସ୍ତରୀୟ କମିଟି । ତେବେ ଏହା ପୂର୍ବରୁ ଉଚ୍ଚସ୍ତରୀୟ କମିଟି ଆଗରେ କିଟ୍ ବିଶ୍ୱ ବିଦ୍ୟାଳୟର ଭିସି ଓ ରେଜିଷ୍ଟାର ହାଜର ହୋଇଥିଲେ । ବୟାନ ରେକର୍ଡ ପାଇଁ ହାଜର ହୋଇଥିଲେ କିଟ ଭିସି । ନିଲମ୍ବିତ କର୍ମଚାରୀ ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ମଧ୍ୟ ହାଜର ହୋଇଥିଲେ । କିଟ୍ କାଣ୍ଡ ନେଇ ଉଚ୍ଚସ୍ତରୀୟ କମିଟି ପକ୍ଷରୁ ପର୍ଯ୍ୟାୟ କ୍ରମେ ଚାଲିଛି ବୟାନ ରେକର୍ଡ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ଅତିଥି ଭବନରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ସଚିବ ଶୁଭ ଶର୍ମା, ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି । କିଟରେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ବିବାଦ ତେଜିବା ପରେ ସରକାର ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ ରାଜ୍ୟ ସରକାର । Post navigation ୩ ବର୍ଷ ପରେ ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ପୁନଃତଦନ୍ତ ଆରମ୍ଭ କିଟ୍ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲା ବୈଦେଶିକ ମନ୍ତ୍ରାଳୟ