ବରଗଡ଼ର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ । ଦୋଷୀ ପ୍ରଶାନ୍ତ ବାଗ୍‌କୁ ମୃତ୍ୟୁ ଦଣ୍ଡାଦେଶ ଦେଲେ ବରଗଡ଼ ପୋକ୍ସୋ କୋର୍ଟ । ୩୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିବା ଜଣାପଡ଼ିଛି। ଏହା ସହ ପୀଡ଼ିତାଙ୍କ ପରିବାରକୁ ୧୫ ଲକ୍ଷ ସହାୟତା ଦେବାକୁ DLSAଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉତ୍ତରାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶରେ ତଦନ୍ତର ତଦାରଖ କରୁଥିଲେ ଏସ୍‌ପି ।

ସୂଚନା ଯୋଗ୍ୟ, ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ଗତ ୨୦୨୪ ନଭେମ୍ବରରେ ହୋଇଥିବା ନାବାଳିକା ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା। ୨୦୨୪ ନଭେମ୍ବର ୧୫ତାରିଖରେ ଅଭିଯୁକ୍ତ ପ୍ରଶାନ୍ତ ବାଗ ଓରଫ ବରିହା ନାବାଳିକାଙ୍କୁ ମାଛ ଧରିଯିବା ଆଳରେ ଘରୁ ଡାକି ନେଇଥିଲେ ଏବଂ ଦୁଷ୍କର୍ମ ପରେ ହତ୍ୟା କରିଥିଲେ। ଏନେଇ ମୃତ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ଏବଂ ମାମଲାଟି ବରଗଡ଼ ପୋକ୍ସୋ ଅଦାଲତରେ ମାମଲା ଚାଲିଥିଲା।

ଉତ୍ତରାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶରେ ଏସ୍‌ପି ତଦନ୍ତର ତଦାରଖ କରୁଥିଲେ ବରଗଡ଼ ଏସପି ତଦନ୍ତର ତଦାରଖ କରିଥିଲେ ଏବଂ ସମଗ୍ର ପ୍ରକ୍ରିୟାରେ କଡ଼ା ନଜର ରଖିଥିଲେ। ମାମଲାର ଶୀଘ୍ର ନ୍ୟାୟ ପାଇଁ ଜନସାଧାରଣ ବି ଦାବି କରିଥିଲେ।

Leave a Reply

Your email address will not be published. Required fields are marked *