ମାଟ୍ରିକ ପରୀକ୍ଷା ଦେବାକୁ ଯିବାବେଳେ ଦୁର୍ଘଟଣା । ଓଲଟିଲା ମାଟ୍ରିକ ପିଲାଙ୍କୁ ନେଇଯାଉଥିବା ବୋଲେରୋ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ତାଳଚୁଆ ସାମୁଦ୍ରିକ ଥାନା ଡାଙ୍ଗମାଳ କୃଷ୍ଣନଗର ନିକଟରେ ବଡ଼ ଦୁର୍ଘଟଣା ଘଟିଛି । ୧୧ ଜଣ ପରୀକ୍ଷାର୍ଥୀଙ୍କୁ ନେଇ ପରୀକ୍ଷା କେନ୍ଦ୍ରକୁ ଆସୁଥିବା ବେଳେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟିଲା ବୋଲେରୋ । ଏହି ଦୁର୍ଘଟଣାରେ ସାଇକେଲ ଚାଳକ ମୃତ ହୋଇଥିବା ବେଳେ ୧୧ ଜଣ ଛାତ୍ରୀ ଆହତ ହୋଇଛନ୍ତି ।

ସୂଚନା ଯୋଗ୍ୟ; ରାଜନଗର ବିବେକାନନ୍ଦ ହାଇସ୍କୁଲ ବାଘମାରିର ୧୧ ଜଣ ପରୀକ୍ଷାର୍ଥୀ ଙ୍କୁ ନେଇ ଗାଡିଟି ବାଘମାରୀ ନାଗାନାରାୟଣ ସ୍କୁଲ ଆସୁଥିଲା । ହଠାତ ଭାରସାମ୍ୟ ହରାଇ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା ବୋଲେରୋ । ସମସ୍ତଙ୍କୁ ଉଦ୍ଧାର କରାଯାଇ ତାଳଚୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ସାଇକେଲ ଚାଳକ ମୃତ ହୋଇଥିବା ବେଳେ ୧୧ ଜଣ ଛାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତାଳଚୁଆ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *