ନିଜ ଦେହରେ ନିଆଁ ଲଗାଇଲେ ଯୁବକ । ବିଚ୍ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲେ ଯୁବକ । ବାଲିପାଟଣା ଛକରେ ଅଘଟଣ । ପେଟ୍ରୋଲ ଢାଳି ଯୁବକଙ୍କ ଆତ୍ମାହୁତି ଉଦ୍ୟମ । ଗୁରୁତର ଅବସ୍ଥାରେ ଜ୍ୟୋତି ରଞ୍ଜନ ମଠିଆଙ୍କୁ ଉଦ୍ଧାର କଲା ପୋଲିସ । ଯୁବକଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ବେଳେ ଦେହ ୮୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳ ବାଲିପାଟଣା ପୋଲିସ ତଦନ୍ତ ଜାରି ରଖିଛି । ଜମିବାଡ଼ି ଭାଗ ବଣ୍ଟାକୁ କେନ୍ଦ୍ର କରି ଏଭଳି ଘଟିଥିବା ପ୍ରାଥମିକ ସୂଚନା ମିଳିଛି ।

ଯୁବକଙ୍କ ବାପା ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ବୋଲି ଜଣାପଡ଼ିଛି । ଜମିବାଡ଼ି ଭାଗ ବଣ୍ଟାକୁ କେନ୍ଦ୍ର କରି ପରିବାର ମଧ୍ୟରେ କଳହ ଲାଗି ରହିଥିଲା। ଜ୍ୟୋତି ଏନେଇ ମାନସିକ ନିର୍ଯାତନା ଶିକାର ହେଉଥିଲେ। ଆଜି ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି ।

ସୂଚନା ଯୋଗ୍ୟ; ବାଲିପାଟଣା ଛକ ନିକଟରେ ଜ୍ୟୋତି ରଞ୍ଜନ ମଠିଆ ଜଣେ ଯୁବକ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଜମିବାଡ଼ି ଭାଗ ବଣ୍ଟାକୁ କେନ୍ଦ୍ର କରି ଏଭଳି ଘଟିଥିବା ପ୍ରାଥମିକ ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ବାଲିପାଟଣା ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ତାଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଥିଲା । ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *