କଟକ ବିଜୁ ପଟ୍ଟନାୟକ ଛକରେ ଦୁର୍ଘଟଣା । ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି । ବିଜୁ ପଟ୍ଟନାୟକ ଛକରେ ଥିବା ଉଠା ଦୋକାନୀ ଉପରକୁ ମାଡ଼ିଗଲା ପୋଲିସ ଗାଡ଼ି । ଜଣେ ଜୋତା ମରାମତି ଦୋକାନୀ ଓ ଜଣେ ସାଇକେଲ ଆରୋହୀ ଆହତ ହୋଇଛନ୍ତି । କଟକ ସଦର ପୋଲିସର ରିଜର୍ଭ ଶାଖାରେ ଏହି ପୋଲିସ ଭ୍ୟାନ ନିୟୋଜିତ ରହିଥିବା ସୂଚନା ।

ଅନ୍ୟପଟେ ପୋଲିସ ଗାଡ଼ିର ଡ୍ରାଇଭର ନିଶାସକ୍ତ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଦେଇଛନ୍ତି । ଖବର ପାଇ ଗାଡ଼ି ଓ ଡ୍ରାଇଭରଙ୍କୁ ଉଦ୍ଧାର କରି ପୋଲିସ ନେଇଯାଇଥିବା ସୂଚନା ।

Leave a Reply

Your email address will not be published. Required fields are marked *