କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମର ଅଭିଯୋଗ। ଲକ୍ଷ୍ମୀପୁର ବ୍ଳକ ଓଡ଼ିଆପେଣ୍ଠ ପଞ୍ଚାୟତ ବିରିଗୁଡା ଗାଁରେ ଘଟିଛି ଏହି ଲଜ୍ଜାଜନକ ଘଟଣା ।ନାଟକ ଦେଖିବା ବେଳେ ପାହାଡ ଉପରକୁ ଟେକି ନେଇ ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକା ଜଣଙ୍କ ଥାନାରେ ଏତଲା ଦେବା ପରେ ୪ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ। ଏସପିଙ୍କ ନିର୍ଦ୍ଦେଶରେ ଏହି ତଦନ୍ତ ଚାଲିଥିବା ଜଣାପଡିଛି। ଅଟକ ରଖାଯାଇଥିବା ଚାରିଜଣ ହେଲେ କାଶୀପୁର ବ୍ଲକର ଟିକିରି ଥାନା ଅନ୍ତର୍ଗତ ନାକୋଟି ଗୁଡା ପଞ୍ଚାୟତର ତୁଳସୀ ଛପର ଗ୍ରାମର ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଶନିବାର ଦିନ ଓଡ଼ିଆପେଣ୍ଠ ପଞ୍ଚାୟତ ଠାରେ ବିରିଗୁଡା ଗ୍ରାମରେ ବୁଢୀ ଠାକୁରାଣୀ ଯାତ୍ରା ଅବସରରେ ଚାଲିଥିବା ନାଟକ ଦେଖିବାକୁ ନାବାଳିକା ଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଯାତ୍ରା ଚାଲୁଥିବା ବେଳେ ଜଣେ ତାର ସାଙ୍ଗ ସହ ଅଳ୍ପ କିଛି ଦୂରରେ ଯାଇ କଥା ହେଉଥିବା ସମୟରେ ୪ ଜଣ ଯୁବକ ଆଦିବାସୀ ନାବାଳିକାକୁ ପାହାଡ଼ ଉପରକୁ ଟେକିନେଇ ଗଣଦୁଷ୍କର୍ମ କରିଥିବା ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରାଯାଇଛି। Post navigation କାଲି ଭୁବନେଶ୍ୱରରେ ଅନୁଷ୍ଠିତ ହେବ ମହିଳା ଜନ ଶୁଣାଣି କାର୍ଯ୍ୟକ୍ରମ ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ