ଓଡ଼ିଶା ସରକାର ଭଦ୍ରକ ଜିଲ୍ଲା ପାଇଁ ନୂତନ ଜିଲ୍ଲାପାଳ ଭାବେ ଆଇଏଏସ୍ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟଙ୍କୁ ନିଯୁକ୍ତ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଗୁରୁବାର ଆନୁଷ୍ଠାନିକ ବିଜ୍ଞପ୍ତି ଜାରି କରାଯାଇଛି। ବର୍ତ୍ତମାନର ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୩୧ରେ ଶେଷ ହେବାକୁ ଥିବାରୁ ତାଙ୍କ ସ୍ଥାନରେ ସୋମେଶ କୁମାର ଉପାଧ୍ୟାୟ ଦାୟିତ୍ୱ ଗ୍ରହଣ କରିବେ। ସୋମେଶ କୁମାର ବର୍ତ୍ତମାନ ଓଡ଼ିଶା ସରକାରଙ୍କ ବୟନ ଓ ହସ୍ତତନ୍ତ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି।

Leave a Reply

Your email address will not be published. Required fields are marked *