ଦୀର୍ଘଦିନ ଧରି ଅପେକ୍ଷିତ ତାଳଚେର-ବିମଳାଗଡ଼ ନୂତନ ରେଳପଥ ପ୍ରକଳ୍ପ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୯୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ରାଜ୍ୟସଭା ସଂସଦ ଦିଲ୍ଲୀପ କୁମାର ରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି ।

ରେଳମନ୍ତ୍ରୀ କହିଛନ୍ତି ଯେ, ୨୦୦୩-୦୪ ରେଳ ବଜେଟରେ ୧୫୦ କିଲୋମିଟର ଦୀର୍ଘ ଏହି ରେଳପଥ ପ୍ରକଳ୍ପ ପାଇଁ ୭୨୭ କୋଟି ଟଙ୍କା ଆକଳନ କରାଯାଇ ଅନୁମୋଦନ ପାଇଥିଲା । ବର୍ତମାନ ପ୍ରକଳ୍ପର ସଂଶୋଧିତ ବ୍ୟୟ ୩,୩୯୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ମାର୍ଚ୍ଚ ୨୦୨୬ ସୁଦ୍ଧା ପ୍ରକଳ୍ପରେ ୧,୯୦୧ କୋଟି ଟଙ୍କା ବ୍ୟୟ ହୋଇସାରିଛି ।

ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଉଥିବା ଏହି ପ୍ରକଳ୍ପର କାର୍ଯ୍ୟ ଜମି ଅଗ୍ରହରେ ବାଧା ଏବଂ ବିଭିନ୍ନ ଆଇନଗତ ମାମଲା ଯୋଗୁଁ ବିଳମ୍ବ ହେଉଥିବା ମାନ୍ୟବର ମନ୍ତ୍ରୀ ସୃଷ୍ଟ କରିଛନ୍ତି ।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦେଇଥିବା ସୂଚନା ଅନୁଯାୟୀ, ପ୍ରକଳ୍ପ ପାଇଁ ଆବଶ୍ୟକ ୮୬୩ ହେକ୍ଟର ଜମି ମଧ୍ୟରୁ ୭୫୬ ହେକ୍ଟର ଅଗ୍ରହଣ କରାଯାଇଛି । ଏଥିରେ ୩୪୨ ହେକ୍ଟର ବେସରକରୀ ଜମି, ୨୬୯ ହେକ୍ଟର ଜଙ୍ଗଲ ଜମି ଏବଂ ୧୪୬ ହେକ୍ଟର ସରକାରୀ ଜମି ରହିଛି । ୧୦୭ ହେକ୍ଟର ଜମି ଅଧୂଗ୍ରହଣ ବାକି ରହିଛି ।

ପ୍ରକଳ୍ପର ବିଭିନ୍ନ ଅଂଶରେ କାର୍ଯ୍ୟ ଅଗ୍ରଗତି ହୋଇଛି । ୪୮ କିଲୋମିଟର ତାଳଚେର-ଖମାର ରେଳପଥ ଚଳାଚଳ ପାଇଁ ଆରମ୍ଭ ହୋଇଥିବାବେଳେ ଅନ୍ୟାନ୍ୟ ଅଂଶରେ ଜମି ଉପଲବ୍ଧତା ଅନୁଯାୟୀ କାମ ଗଲିଛି । ଖମାର-ଗୋଲାବନ୍ଧ ସେକ୍ସନ ପାଇଁ ଆବଶ୍ୟକ ୧୩୭ ହେକ୍ଟର ଜମି ମଧ୍ୟରୁ ୧୧୦ ହେକ୍ଟର ଅଧୁଗ୍ରହଣ ହୋଇଛି। ଏଠାରେ ୬୧ଟି କ୍ଷୁଦ୍ର ସେତୁ ମଧ୍ୟରୁ ୪୧ଟି, ୧୧ଟି ରୋଡ୍ ଓଭର ବ୍ରିଜ୍ (ROB) ମଧ୍ୟରୁ ୩ଟି ଏବଂ ୧୬ଟି ରୋଡ୍ ଅଣ୍ଡର ବ୍ରିଜ୍ (RUB) ମଧ୍ୟରୁ ୧୨ଟିର ନିର୍ମାଣ ସମ୍ପୂର୍ଣ ହେଇଛି ।

ମହୁଲଡିହା- ବିମଳାଗଡ଼ ସେକ୍ସନ ପାଇଁ ଆବଶ୍ୟକ ୧୩୪ ହେକ୍ଟର ଜମି ମଧ୍ୟରୁ ୧୦୮ ହେକ୍ଟର ଅଧ୍ୱଗ୍ରହଣ ହୋଇଛି । ଏହି ଅଂଶ ପାଇଁ ବନ ଓ ବନ୍ୟଜନ୍ତୁ ସମ୍ବନ୍ଧୀୟ ଅନୁମତି ମିଳିସାରିଛି । ଏଠାରେ ୭୨ଟି କ୍ଷୁଦ୍ର ସେବୁ ମଧ୍ୟରୁ ୩୯ଟି ଏବଂ ୨୫ଟି ରୋଡ୍ ଅଣ୍ଡର ବ୍ରିଜ୍ (RUB ) ମଧ୍ୟରୁ ୧୨ଟି କାମ ଶେଷ ହୋଇଛି । ସେହିପରି ଗୋଲାବନ୍ଧ – ମହୁଲଡିହା ସେକ୍ସନରେ ଆବଶ୍ୟକ ୧୧୩ ହେକ୍ଟର ଜମ ମଧ୍ୟରୁ ୬୯ ହେକ୍ଟର ଅଧିଗ୍ରହଣ କରାଯାଇଛି ଏବଂ ଅବଶିଷ୍ଟ ଜମି ଅଧ୍ ଗ୍ରହଣ ପ୍ରକ୍ରିୟା ଚାଲିଛି ।

Leave a Reply

Your email address will not be published. Required fields are marked *