ରାଜ୍ୟସଭାରେ ‘ବନ୍ଦେ ମାତରମ’ ବିଲ୍ ଆଗତ କଲେ ସରକାର । ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦ୍ବାରା ‘ବନ୍ଦେ ମାତରମ’ ବିଲ୍ ଆଗତ ହୋଇଛି । ନିଟ୍ ପେପର୍ ଲିକକୁ ନେଇ ଚାଲିଥିବା ହଙ୍ଗାମା ମଧ୍ୟରେ କେନ୍ଦ୍ର ସରକାର ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହରେ ‘ବନ୍ଦେ ମାତରମ୍’ ବିଧେୟକ ଆଗତ କରିଛନ୍ତି । ଏହି ବିଲ୍ ଆଗତର ବିଶେଷତ୍ୱ ହେଉଛି ଜାତୀୟ ସଂଗୀତ ଜନ ଗଣ ମନ ଏବଂ ଜାତୀୟ ପତାକା ତ୍ରିରଙ୍ଗା ଭଳି ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍”କୁ ଆଉ କେହି ଅପମାନିତ କରିପାରିବେ ନାହିଁ । ଜାତୀୟ ଗୀତକୁ ଅପମାନ କଲେ ବିଲ୍ରେ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଯଦି କେହି ରାଷ୍ଟ୍ରୀୟ ଗୀତକୁ ଅପମାନିତ କରୁଥିବାର ନଜର ଆସିବେ ତେବେ ତାଙ୍କୁ ଅତିକମରେ ତିନି ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ । ଆର୍ଥିକ ଦଣ୍ଡବିଧାନ ମଧ୍ୟ ହୋଇପାରେ । Post navigation Bahuda Jatra: ମହାପ୍ରଭୁଙ୍କ ଟାହିଆ କାଢ଼ିନେଲେ ସେବାୟତ; ବିନା ଟାହିଆରେ ରଥରେ ବିଜେ କଲେ ଜଗନ୍ନାଥ RI Trapped in Vigilance Net: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମହିଳା ଆର୍ଆଇ