ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ । ଏହି ବୈଠକରେ ନିଟ୍ ପେପର୍ ଲିକ୍ ଏବଂ ଅନ୍ୟାନ୍ୟ ପରୀକ୍ଷାରେ ହୋଇଥିବା ଅନିୟମିତତା ମାମଲା ଗୁଡ଼ିକରେ ଉପରେ ଏକ କଠୋର ପଦକ୍ଷେପ ନିଆଯିବ ବୋଲି ନିଜେ ପ୍ରଧାନମନ୍ତ୍ରୀ ଭିଡ଼ିଓ ବାର୍ତ୍ତା ଜରିଆରେ ସୂଚନା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପେପର ଲିକ୍ ଘଟଣା ପରଠାରୁ ଗତ ଅଢ଼େଇ ମାସରେ ଅନେକ ପ୍ରଭାବଶାଳୀ ପଦକ୍ଷେପ ନିଆଯାଇଛି। ଦୋଷୀମାନେ ଧରାପଡ଼ିଛନ୍ତି ଏବଂ ଜେଲରେ ଅଛନ୍ତି। ଆମର ସବୁଠାରୁ ବଡ଼ ଦାୟିତ୍ୱ ହେଉଛି ଛାତ୍ରଛାତ୍ରୀଙ୍କ ବର୍ଷ ନଷ୍ଟ ନହେବା ସୁନିଶ୍ଚିତ କରିବା । ସରକାର ୨୨ ଲକ୍ଷ ଛାତ୍ରଛାତ୍ରୀ ଯଥାଶୀଘ୍ର ପରୀକ୍ଷା ଦେଇପାରିବେ ତାହା ନିଶ୍ଚିତ କରିବା ପାଇଁ ସମସ୍ତ ପ୍ରୟାସ କରିଥିଲେ। ସରକାରଙ୍କ ସର୍ବୋତ୍ତମ ପ୍ରାଥମିକତା ଥିଲା ଯେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାବର୍ଷ ନଷ୍ଟ ନ ହେଉ । କିପରି ୨୨ ଲକ୍ଷ ଛାତ୍ରଛାତ୍ରୀ ଯଥାଶୀଘ୍ର ପରୀକ୍ଷା ଦେଇପାରିବେ ତାହା ଉପରେ ସରକାର ଗୁରୁତ୍ୱାରୋପ କରିଥିଲେ । ୧୯ ଜୁଲାଇରେ ଫଳାଫଳ ଘୋଷଣା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କରିଛନ୍ତି ଏହି ମାମଲାର ତଦନ୍ତ ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ସଂପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଆଜିର କ୍ୟାବିନେଟରେ ଫାଷ୍ଟ-ଟ୍ରାକ୍ କୋର୍ଟ ଏବଂ କଠୋର ଦଣ୍ଡ ପାଇଁ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହେବ । କ୍ୟାବିନେଟ ସହକର୍ମୀଙ୍କ ପରାମର୍ଶକୁ ସାମିଲ କରିବା ପରେ ଏହାକୁ ଚୂଡ଼ାନ୍ତ କରାଯିବ । ଯେହେତୁ ସୋମବାର ସଂସଦୀୟ ଅଧିବେଶନର ଦ୍ୱିତୀୟ ସପ୍ତାହ ଆରମ୍ଭ ହେଉଛି, ତେଣୁ ବିଲ୍ କୁ ଯଥାଶୀଘ୍ର ଗୃହରେ ପାରିତ କରିବା ପାଇଁ ପ୍ରୟାସ କରାଯିବ ।

Leave a Reply

Your email address will not be published. Required fields are marked *