ରାଜ୍ୟରେ ତିନି ମାସ ଧରି ଭତ୍ତା ନ ମିଳିବା ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ବନ୍ଦ ଥିବା ଭତ୍ତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଲେଖିଛନ୍ତି ରାଜ୍ୟରେ ୧୮ ଲକ୍ଷ ଭତ୍ତା ଉପଭୋକ୍ତା ରହିଛନ୍ତି । ସେମାନଙ୍କ ମଧ୍ୟରେ ବିଧବା, ବୟସ୍କ ଏବଂ ଦିବ୍ୟାଙ୍ଗ ଉପଭୋକ୍ତା ରହିଛନ୍ତି । ଅଧିକାଂଶ ଲୋକଙ୍କର ଦୈନନ୍ଦିନ ଖର୍ଚ୍ଚ ଭତ୍ତା ଟଙ୍କା ଉପରେ ନିର୍ଭର କରେ । ତେଣୁ ତିନି ମାସ ଧରି ଭତ୍ତା ନମିଳିବା ଦ୍ୱାରା ଲୋକେ ଚିନ୍ତା ଗ୍ରସ୍ତ ହେବା ସହିତ ଭୋକ ଉପାସରେ ରହୁଛନ୍ତି । ଟେକ୍ନିକାଲ ସମସ୍ୟା ହୋଇଥିବା କୁହାଯାଉଛି । ଏହା ସରକାରଙ୍କ ଦାୟିତ୍ୱରେ ଗୁରୁତର ଅବହେଳାକୁ ସୂଚାଉଛି । ଟେକ୍ନିକାଲ ସମସ୍ୟା ଉପରେ ଲୋକଙ୍କ ଅଧିକାରକୁ ଛାଡ଼ି ଦିଆଯାଇପାରିବ ନାହିଁ । ନବୀନ ଆଉ ମଧ୍ୟ କହିଛନ୍ତି ଆମ ସରକାର ୨୪ ବର୍ଷ ମଧ୍ୟରେ କେବେବି ଭତ୍ତା ବନ୍ଦ ହୋଇ ନାହିଁ । ବର୍ତ୍ତମାନର ସଙ୍କଟ ବ୍ୟାଙ୍କ ପଦ୍ଧତି ଯୋଗୁଁ ସୃଷ୍ଟି ହୋଇଛି । ତିନି ମାସ ପାଇଁ ପେନସନ ବନ୍ଦ କରିବା କେବଳ ଏକ ପ୍ରକ୍ରିୟାଗତ ତ୍ରୁଟି ନୁହେଁ, ଏହା ଶାସନର ଏକ ଗମ୍ଭୀର ବିଫଳତାକୁ ପ୍ରତିନିଧିତ୍ୱ କରେ। ତେଣୁ ସମସ୍ତ ପେନସନ ପେମେଣ୍ଟକୁ ମାନୁଆଲ୍ ବଣ୍ଟନ ମାଧ୍ୟମରେ ତୁରନ୍ତ ଦେବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ଭବିଷ୍ୟତରେ ଯେପରି ଏଭଳି ସମସ୍ୟା ନ ଉତ୍ପନ୍ନ ହେବ ପେନସନ୍ ଉପଭୋକ୍ତାଙ୍କୁ ତାହା ପ୍ରତିଶ୍ରୁତି ଦିଅନ୍ତୁ ସରକାର। Post navigation Jagannath Darshan: ଟଙ୍କା ନେଇ ମହାପ୍ରଭୁଙ୍କ ଦର୍ଶନ କରାଇବା ଅଭିଯୋଗରେ ଜଣେ ଗିରଫ Adverse Weather delays President Murmu’s Odisha Visit; to reach Rairangpur by Road