Odisha Govt Makes Rate Chart Mandatory at All Medicine Stores
ଓଡ଼ିଶାରେ ଘର ଭଡ଼ା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ୫୯ ବର୍ଷ ପୁରୁଣା ଆଇନ ବଦଳାଇ ଓଡ଼ିଶା ସହରାଞ୍ଚଳ ଭଡ଼ା ନିୟନ୍ତ୍ରଣ ଅଧିନିୟମ, ୨୦୨୬ ର ଚିଠା ପ୍ରକାଶ ପାଇଛି ।
 
ନୂଆ ନିୟମ ଅନୁଯାୟୀ ଏଣିକି ମୌଖିକ ଚୁକ୍ତିରେ ଘର ଭଡ଼ା ଦେବା-ନେବା ସମ୍ଭବ ହେବନି । ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ଲିଖିତ ଚୁକ୍ତିନାମା କରିବା ବାଧ୍ୟତାମୂଳକ ହେବ । ଏହି ଚୁକ୍ତିକୁ ୨ ମାସ ମଧ୍ୟରେ ଭଡ଼ା ପ୍ରାଧିକରଣ ଏବଂ ସମ୍ପୃକ୍ତ ଥାନାରେ ପଞ୍ଜୀକରଣ କରିବାକୁ ପଡିବ ।
 
ସରକାର ଏଥିପାଇଁ ଡିଜିଟାଲ ରେଜିଷ୍ଟ୍ରେସନ୍ ବ୍ୟବସ୍ଥା କରୁଛନ୍ତି । ଅନଲାଇନ୍ ପୋର୍ଟାଲ୍‌ରେ ହିଁ ଘର ଭଡ଼ା ଚୁକ୍ତି ପଞ୍ଜୀକୃତ ହେବ । ଏହା ଫଳରେ ଭଡ଼ା ସମ୍ପର୍କିତ ବିବାଦ କମିବ ଏବଂ ଉଭୟ ମାଲିକ ଓ ଭଡ଼ାଟିଆଙ୍କ ସ୍ୱାର୍ଥ ସୁରକ୍ଷିତ ହେବ ।
 
ନୂଆ ଆଇନରେ ଭଡ଼ା ଦର ନିର୍ଦ୍ଧାରଣରେ ସରକାରୀ ହସ୍ତକ୍ଷେପ ରହିବନି । ମାଲିକ ଓ ଭଡାରେ ରହିବା ଲୋକ ପରସ୍ପର ସମ୍ମତିରେ ଭଡ଼ା ଠିକ୍ କରିପାରିବେ । ତେବେ ଚୁକ୍ତିରେ ଉଲ୍ଲେଖ ଥିଲେ ହିଁ ଘର ମାଲିକ ଭଡ଼ା ବୃଦ୍ଧି କରିପାରିବେ ।
 
ଏହି ନୂଆ ଅଧିନିୟମ ଲାଗୁ ହେଲେ ୧୯୬୭ ମସିହାର ‘ହାଉସ୍ ରେଣ୍ଟ କଣ୍ଟ୍ରୋଲ୍ ଆକ୍ଟ’ ଏବଂ ୧୯୭୪ ସଂଶୋଧନ ଆଇନ ସମ୍ପୂର୍ଣ୍ଣ ରଦ୍ଦ ହୋଇଯିବ ।

By Nirvay

Leave a Reply

Your email address will not be published. Required fields are marked *