ଭୁବନେଶ୍ୱରରେ ସହରୀ ସଂଯୋଗୀକରଣ ଏବଂ ଉନ୍ନତ ସାର୍ବଜନୀନ ଭିତ୍ତିଭୂମି ଦିଗରେ ଆଉ ଏକ ପଦକ୍ଷେପ । ରାଜ୍ୟରେ ବିଜେପି ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜଧାନୀ ଭୁବନେଶ୍ୱରରେ ବହୁ ପ୍ରତୀକ୍ଷିତ ଏକାମ୍ର କାନନ ରାସ୍ତା ଉଦ୍ଘାଟନ କରିଛନ୍ତି । ଗଣିତ ପ୍ରତିଷ୍ଠାନରୁ ଇନ୍ଫୋସିଟି ଦେଇ ଏକାମ୍ର କାନନ ରାସ୍ତା ଉଦ୍ଘାଟିତ ହୋଇଛି । ଏହା ସହିତ ‘ଜୟଦେବ ବିହାର – ନନ୍ଦନ କାନନ’ ରାସ୍ତାର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ସହରର ଟ୍ରାଫିକ ସମସ୍ୟା ହ୍ରାସ କରି ଲୋକଙ୍କ ଦୈନନ୍ଦିନ ଯାତ୍ରାକୁ ସୁଗମ କରିବା ଦିଗରେ ଏହି ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବ । Post navigation Jagatsinghpur Medical College: ଜଗତସିଂହପୁର ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ନିର୍ଦ୍ଦେଶ