ରଜରେ ଓଡି଼ଶା ଛୁଇଁବ ମୌସୁମୀ । ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷା ସକ୍ରିୟ ହୋଇଥିବା ବେଳେ ଆଗାମୀ ୩ ଦିନ ଭିତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ଏହାପରେ ତାପମାତ୍ରା ସାମାନ୍ୟ ଖସିବା ସହ ଅସହ୍ୟ ଗରମରୁ କିଛିଟା ଆଶ୍ୱସ୍ତି ମିଳିପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆଗାମୀ ୫ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଲାଗି ରହିବ। ବଜ୍ରପାତ, ଘଡ଼ଘଡ଼ି ଓ ପବନ ସହ ବର୍ଷାର ସମ୍ଭାବନା ରହିଥିବାରୁ ଅଧିକାଂଶ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି। ସେହିପରି ଆଜି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ମାଲକାନଗିରି, କୋରାପୁଟ, ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୨୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ରହିଛି । Post navigation Misbehavior of Woman Sanitation Worker: କଟକରେ ମହିଳା ସଫେଇ କର୍ମଚାରୀଙ୍କୁ ଅସଦାଚରଣ; କନ୍ଷ୍ଟେବଲ ଗିରଫ Bhubaneswar sizzles at ‘Feels Like’ 51°C