ଭୁବନେଶ୍ୱରରେ ଦୁଇ ଟ୍ରେନ୍‌ ମୁହାଁମୁହିଁ । ଝାରପଡ଼ା ବ୍ରିଜ୍‌ ନିକଟରେ ଗୋଟିଏ ଟ୍ରାକ୍‌ରେ ଦୁଇ ଟ୍ରେନ୍‌ ମୁହାଁମୁହିଁ ହୋଇଛି। ଗୋଟିଏ ଟ୍ରେନ୍‌ ମଞ୍ଚେଶ୍ୱରରୁ ଭୁବନେଶ୍ୱର ଷ୍ଟେସନରୁ ଆସୁଥିବା ବେଳେ ଆଉ ଏକ ଟ୍ରେନ୍ ଭୁବନେଶ୍ୱର ଷ୍ଟେସନରୁ ସଫେଇ ପାଇଁ ମଞ୍ଚେଶ୍ୱର ଯାଉଥିବା ବେଳେ ଦୁଇ ଟ୍ରେନ୍‌ ମୁହାଁମୁହିଁ ହୋଇଛି।

ଉଭୟ ଟ୍ରେନ୍‌ର ଲୋକୋ ପାଇଲଟ୍‌ ସୁରକ୍ଷିତ ।ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ଯିବାକୁ କିଭଳି ମିଳିଲା ସିଗନାଲ୍‌ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ବରିଷ୍ଠ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *