ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୬ ପଳାଫଳ । ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ OJEE ପରୀକ୍ଷା ଫଳାଫଳ ପୁସ୍ତିକା ପ୍ରକାଶ କରିଛନ୍ତି। ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ, ବିଭିନ୍ନ ପାଠ୍ୟକ୍ରମରେ ଶୀର୍ଷ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀଙ୍କ ନାମ ତାଲିକା ମଧ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଛି । ବି.ଫାର୍ମ (B. Pharm) ରେ ଶୁଭ୍ରାଂଶୁ ସୁତାର, ଏମବିଏ (MBA) ରେ ତ୍ରିବିକ୍ରମ ପ୍ରଧାନ, ଏମସିଏ (MCA) ରେ ନରେନ ପାତ୍ର ଏବଂ ସାମଗ୍ରିକ ଭାବେ ଏମ.ଟେକ୍ (M.Tech) ରେ ସ୍ୱାଗତ କୁମାର ବେହୁରା ଟପ୍ପର ହୋଇଛନ୍ତି । ପରୀକ୍ଷାର୍ଥୀମାନେ OJEE ର ଅଫିସିଆଲ୍ ୱେବସାଇଟ୍ www.ojee.nic.in ରୁ ନିଜର ର୍ୟାଙ୍କ କାର୍ଡ ଡାଉନଲୋଡ୍ କରିପାରିବେ। ସୂଚନା ଅନୁଯାୟୀ; ରାଜ୍ୟର ୩୦ ଜିଲ୍ଲାର ୯୩ ସେଣ୍ଟରରେ ହୋଇଥିଲା ପରୀକ୍ଷା । ଚଳିତ ବର୍ଷ ମୋଟ ୧ ଲକ୍ଷ୍ୟ ୦୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ହଜାର ୬୨୮ ଜଣ ପରୀକ୍ଷା ଦେଇଛନ୍ତି । ମୋଟ ୮୯.୫୫ ପ୍ରତିଶତ ପରୀକ୍ଷାର୍ଥୀ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । Post navigation Ama Bus Accident In BBSR: ରାଜଧାନୀରେ ପୁଣି ଆମ ବସ୍ ଦୁର୍ଘଟଣା TMC faces major setback as 20 Lok Sabha MPs Back NDA