ଖୁବଶୀଘ୍ର ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି ସୁଜାତା ଆର୍‌. ପାଣ୍ଡିଆନ୍ । ପୂର୍ବରୁ ସୁଜାତାଙ୍କ ବିଜେଡିରେ ଯୋଗ ଦେବାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଏ ନେଇ ରାଜନୈତିକ ବୟାନ ଦେଇଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ । ସେ କହିଛନ୍ତି ସୁଜାତା ଶତ ପ୍ରତିଶତ ନିଶ୍ଚିତତା ସହିତ ବିଜେଡିରେ ଯୋଗଦେବେ । ତାଙ୍କ ପ୍ରବେଶ ସଂଗଠନକୁ ମଜବୁତ କରିବ ଏବଂ ଦଳୀୟ କର୍ମୀଙ୍କ ମଧ୍ୟରେ ମନୋବଳ ବୃଦ୍ଧି କରିବ।

ଏହା ସହ ସେ ଆଉ ମଧ୍ୟ କହିଛନ୍ତି ସୁଜାତାଙ୍କୁ କୌଣସି ପଦବୀ କିମ୍ବା ଉତ୍ତରାଧିକାରୀ ପଦବୀ ଦିଆଯିବ ନାହିଁ, ବରଂ ସେ ଓଡ଼ିଶାର ବିକାଶ ପାଇଁ ଜଣେ ସାଧାରଣ ଦଳୀୟ କର୍ମୀ ଭାବରେ କାମ କରିବେ। ବିଜେଡିରେ ଆସିବା ନେଇ ନବୀନ ରାଜି ଥିଲେ କିନ୍ତୁ ସୁଜାତା ଅରାଜି ଥିଲେ । ନକାରାତ୍ମକ ପ୍ରଚାର ନେଇ ସୁଜାତାଙ୍କ ମନୋବଳ କମିଥିଲା କିନ୍ତୁ ଏବେ ସୁଜାତା ରାଜି ହୋଇଛନ୍ତି ।

ଏହା ସହ ତାଙ୍କ ଯୋଗଦାନ କିଛି ଆଭ୍ୟନ୍ତରୀଣ ଅସନ୍ତୋଷ ସୃଷ୍ଟି କରିପାରେ କିନ୍ତୁ ବହୁ ଲୋକଙ୍କ ଓ ଦଳର ମନୋବଳ ବଢିବ ବୋଲି କହିଛନ୍ତି ମନ୍ମଥ ।

Leave a Reply

Your email address will not be published. Required fields are marked *