ପୂର୍ବତନ ଲୋକସଭା ମହାସଚିବ ଏବଂ ସାମ୍ବିଧାନିକ ବିଶେଷଜ୍ଞ ଡକ୍ଟର ସୁଭାଷ କଶ୍ୟପଙ୍କ ପରଲୋକ । ୯୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନାରୁ ଜଣାପଡ଼ିଛି। ସେ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକକାଳୀନ ନିର୍ବାଚନ (ଏକ ରାଷ୍ଟ୍ର ଏକ ନିର୍ବାଚନ) ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ସଦସ୍ୟ ଥିଲେ। ତାଙ୍କର ମୃତ୍ୟୁ ରାଜନୈତିକ ଓ ଶିକ୍ଷା ଜଗତରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। Post navigation Firecracker Explosion In Kendrapara: ମାର୍ଶାଘାଇ ଥାନା ଓସ୍ତର ଗାଁରେ ବାଣ ବିସ୍ଫୋରଣ; ବୃଦ୍ଧା ଗୁରୁତର Sudhanshu Sekhar Badapanda appointed as New Member of OERC