କବିସୂର୍ଯ୍ୟନଗର ଥାନା ହାଜତରେ ଭିନ୍ନକ୍ଷମ ଯୁବକ ସୁଶାନ୍ତ ସାହୁଙ୍କୁ ଅକଥନୀୟ ନିର୍ଯାତନା ଦେବା ଯୋଗୁଁ ମୃତ୍ୟୁ ବରଣ ହୋଇଥିବା ଘଟଣାରେ ଆଜି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟିଛନ୍ତି । ବିନା ଅଭିଯୋଗରେ ସୁଶାନ୍ତଙ୍କୁ ଥାନାକୁ ଆଣି ଏକ ସପ୍ତାହ ପର୍ଯ୍ୟନ୍ତ ଶାରୀରିକ ନିର୍ଯାତନା ଦେବା ଫଳରେ ସେ ଗୁରୁତର ହୋଇଯାଇଥିଲେ । ଚିକିତ୍ସା ପାଇଁ ମେଡିକାଲ ନେବା ପରିବର୍ତ୍ତେ, ସୁଶାନ୍ତଙ୍କୁ ତାଙ୍କ ପରିବାର ନିକଟରେ ଛାଡିଦେଇଥିଲା ପୋଲିସ । ସୁଶାନ୍ତଙ୍କୁ ପରିବାର ଦ୍ୱାରା ମେଡିକାଲ ନିଆଯାଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୁଶାନ୍ତଙ୍କ ପତ୍ନୀ ଦେଇଥିବା ଏଫ୍ଆଇଆର ପୋଲିସ ରୁଜୁ କରୁନାହିଁ କାହିଁକି ବୋଲି ବିଜେଡି ଅଭିଯୋଗ କରିଛି । ଯେଉଁ ପୋଲିସ ଅଧିକାରୀଙ୍କ ନିର୍ଯାତନା ଫଳରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ବିରୋଧରେ କାହିଁକି ବର୍ତ୍ତମାନ ସୁଦ୍ଧା ମାମଲା ରୁଜୁ ହୋଉନାହିଁ ବୋଲି ବିଜେଡି ଅଭିଯୋଗ କରିଛି । ସୁଶାନ୍ତ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ । ତାଙ୍କର ବିଧବା ପତ୍ନୀ, ଦୁଇଟି ଛୋଟ ଛୁଆ ଓ ପରିବାର ବେସାହାରା ହୋଇପଡିଛନ୍ତି । ସେମାନଙ୍କୁ ଦୀର୍ଘମିଆଦୀ ସରକାରୀ ସହାୟତା ଦେବା ସହ ପରିବାରକୁ ସୁରକ୍ଷା ଦେବା ପାଇଁ ବିଜେଡି ମାନଧିକାର କମିଶନଙ୍କ ନିକଟରେ ଦାବି କରିଛି । ବିଜେଡିର ଏହି ପ୍ରତିନିଧିମଣ୍ଡଳୀରେ ପୂର୍ବତନ ବିଧାୟକ ଡ. ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ବିଜୟ ନାୟକ, ଗଂଜାମ ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୂର୍ବତନ ବିଧାୟକ ଲତିକା ପ୍ରଧାନ, ସୂର୍ଯ୍ୟମଣି ବୈଦ୍ୟ, ବିପ୍ଲବ ପାତ୍ର, ସୁବାସ ମହାରଣା, ରଂଜିତା ସାହୁ, ନଚିକେତା ସ୍ୱାଇଁ, ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି ଓ ତୁମ୍ବନାଥ ପଣ୍ଡା ପ୍ରମୁଖ ରହିଥିଲେ । Post navigation Major Setback for Didi; Expelled TMC leader Ritabrata Banerjee claims to have become LoP Bhakta Das Targets BJP Govt: ମହାନଦୀ ଜଳକୁ ଛତିଶଗଡକୁ ଦାନକରି ପ୍ରଧାନମନ୍ତ୍ରୀ ଓଡିଶାରେ ପାଳିବେ ଉତ୍ସବ: ଭକ୍ତ