ସରକାରୀ କାମ ପାଇଁ ଇଭି ଯାନ କିଣିବାକୁ ନିର୍ଦ୍ଦେଶାବଳି । ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ ଇଭି ଯାନ ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳି ଜାରି ହୋଇଛି । ବର୍ଦ୍ଧିତ ଇନ୍ଧନ ମୂଲ୍ୟ ଏବଂ ପଶ୍ଚିମ ଏସିଆ ସଙ୍କଟ ସହିତ ଜଡିତ ବିଶ୍ୱ ଶକ୍ତି ଚ୍ୟାଲେଞ୍ଜ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ଅର୍ଥ ବିଭାଗ ଇନ୍ଧନ ଖର୍ଚ୍ଚ ହ୍ରାସ କରିବା ଏବଂ ସ୍ଥାୟୀ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ଇଭି ଯାନ କ୍ରୟ ପାଇଁ ବାଧ୍ୟତାମୂଳକ ସର୍ତ୍ତାବଳୀକୁ ଉଲ୍ଲେଖ କରି  ନିର୍ଦ୍ଦେଶାବଳି ଜାରି କରିଛି।

କେଉଁ କାର୍ଯ୍ୟାଳୟରେ କେତେ ଟଙ୍କା ଯାଏଁ ବିଦ୍ୟୁତ ଚାଳିତ ଗାଡ଼ି କିଣାଯିବ ତାହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ନିର୍ଦ୍ଦେଶାବଳି ଅନୁଯାୟୀ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତି, ମନ୍ତ୍ରୀମାନେ ୩୦ ଲକ୍ଷ ପର୍ଯ୍ୟନ୍ତ କିଣିପାରିବେ ଇଭି ଯାନ । ସେହିପରି ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସଚିବ ୨୫ ଲକ୍ଷ ପର୍ଯ୍ୟନ୍ତ ଓ ୨୦ ଲକ୍ଷ ଟଙ୍କା ପଯ୍ୟନ୍ତ ଜିଲ୍ଲା ଜଜ୍, ଜିଲ୍ଲାପାଳ ଓ SP କିଣି ପାରିବେ ଇଭି ଯାନ ।

ବିଭାଗଗୁଡ଼ିକୁ ଇଭି ଯାନ କିଣିବା ପୂର୍ବରୁ ଅର୍ଥ ବିଭାଗରୁ ପୂର୍ବ ସମ୍ମତି ନେବାକୁ ପଡିବ। ସରକାରୀ ବ୍ୟବହାର ପାଇଁ ସରକାର ଟାଟା, ମହିନ୍ଦ୍ରା ଏବଂ ମାରୁତିର ମଡେଲଗୁଡ଼ିକୁ ଅନୁମୋଦନ କରିଛନ୍ତି।

Leave a Reply

Your email address will not be published. Required fields are marked *