ବାଲିଅନ୍ତା ଥାନା ବେଣୁପୁର ଅଞ୍ଚଳରେ ଅସଦାଚରଣ ଅଭିଯୋଗରେ ଯୁବକଙ୍କୁ ପିଟିପିଟି ହତ୍ୟା ମାମଲାରେ ବାଲିଅନ୍ତା ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଉଠାଇ ଆଣିଛି । ଏହାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଛି । କଟକ ଜିଲ୍ଲା ଓଲଟପୁର ଥାନା ମୌରାପୁର ଅଞ୍ଚଳର ସୌମ୍ୟ ରଂଜନ ସ୍ୱାଇଁଙ୍କୁ ଭିଙ୍ଗାରପୁରର ଦୁଇ ଯୁବତୀଙ୍କ ପ୍ରତି ଅସଦାଚରଣ କରିଥିବା ଅଭିଯୋଗରେ ଗାଁଲୋକେ ଅକଥନୀୟ ଅତ୍ୟାଚାର କରି ପିଟି ପିଟି ହତ୍ୟା କରିଥିଲେ । ଥାନା ବାହାରେ ମୃତକଙ୍କ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ପ୍ରବଳ ହୋହଲ୍ଲା ଦେଖିବାକୁ ମିଳିଛି । ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଗୋଟିଏ ପକ୍ଷ ଦୋଷୀଙ୍କୁ କଠୋର ଦଣ୍ଡ ଦାବି କରୁଥିବା ବେଳେ ଅନ୍ୟପକ୍ଷ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଥାନାରେ ଅତିରିକ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଛି । Post navigation West Bengal Governor dissolves Assembly after Mamata refuses to Resign