3 DRG jawans injured in IED blast in Chhattisgarh
ଛତିଶଗଡ଼ କାଙ୍କେର ଜିଲ୍ଲାରେ ପୁଣି ମାଓ ହିଂସାକାଣ୍ଡ ଘଟାଇଛନ୍ତି । ଛୋଟେବେଟିୟା ଜଙ୍ଗଲରେ ନକ୍ସଲବାଦୀମାନଙ୍କ ଦ୍ୱାରା କରାଯାଇଥିବା ଆଇଇଡି ବିସ୍ଫୋରଣରେ ୩ DRG ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ମାଓ ଦମନ ଅପରେସନ୍‌ରେ ଯାଇଥିବା ବେଳେ ଏହି ଅଘଟଣ ହୋଇଥିବା ଜଣାପଡିଛି ।
 
ସୂଚନା ଅନୁଯାୟୀ, ଯବାନଙ୍କୁ ଟାର୍ଗେଟ୍‌ କରି ପୂର୍ବରୁ IED ଖଞ୍ଜାଯାଇଥିଲା । ଗୁରୁତର ଯବାନ ମାନଙ୍କୁ ରାୟପୁର ମେଡିକାଲ୍‌ କୁ ସ୍ଥାନାନ୍ତର କରାଯାଇଛି । ମାଓବାଦୀ ଲୁଚିଥିବା ନେଇ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
 
ଗତ କିଛି ମାସ ଧରି ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ନିରନ୍ତର ଅଭିଯାନ ଚାଲିଛି । ଚାଲିଥିବା କାର୍ଯ୍ୟାନୁଷ୍ଠାନରେ ଉତ୍ତ୍ୟକ୍ତ ନକ୍ସଲବାଦୀମାନେ ଆଜି ଏହି ଅଘଟଣ ଘଟାଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *