ଛତିଶଗଡ଼ କାଙ୍କେର ଜିଲ୍ଲାରେ ପୁଣି ମାଓ ହିଂସାକାଣ୍ଡ ଘଟାଇଛନ୍ତି । ଛୋଟେବେଟିୟା ଜଙ୍ଗଲରେ ନକ୍ସଲବାଦୀମାନଙ୍କ ଦ୍ୱାରା କରାଯାଇଥିବା ଆଇଇଡି ବିସ୍ଫୋରଣରେ ୩ DRG ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ମାଓ ଦମନ ଅପରେସନ୍ରେ ଯାଇଥିବା ବେଳେ ଏହି ଅଘଟଣ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଯବାନଙ୍କୁ ଟାର୍ଗେଟ୍ କରି ପୂର୍ବରୁ IED ଖଞ୍ଜାଯାଇଥିଲା । ଗୁରୁତର ଯବାନ ମାନଙ୍କୁ ରାୟପୁର ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି । ମାଓବାଦୀ ଲୁଚିଥିବା ନେଇ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ଗତ କିଛି ମାସ ଧରି ଛତିଶଗଡ଼ରେ ନକ୍ସଲବାଦୀଙ୍କ ବିରୋଧରେ ନିରନ୍ତର ଅଭିଯାନ ଚାଲିଛି । ଚାଲିଥିବା କାର୍ଯ୍ୟାନୁଷ୍ଠାନରେ ଉତ୍ତ୍ୟକ୍ତ ନକ୍ସଲବାଦୀମାନେ ଆଜି ଏହି ଅଘଟଣ ଘଟାଇଛନ୍ତି । Post navigation Naveen writes to FM on Jeetu Munda Incident: ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନଙ୍କ ଚିଠି SC Dismisses TMC Plea: ପଶ୍ଚିମବଙ୍ଗ ନିର୍ବାଚନ ଭୋଟ ଗଣତି ପ୍ରସଙ୍ଗରେ TMCର ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ