ଭଉଣୀର କଙ୍କାଳକୁ ବ୍ୟାଙ୍କ ବୋହି ନେବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆରଡିସି ତଦନ୍ତ ଆରମ୍ଭ ହୋଇଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ମଲ୍ଲିପଶି ଗ୍ରାମରେ ଜିତୁ ମୁଣ୍ଡାଙ୍କ ଘରେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ଉତ୍ତରାଞ୍ଚଳ ଆରଡିସି ଟିମରେ ସଂଗ୍ରାମ କେଶରୀ ମହାପାତ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଜିତୁ ମୁଣ୍ଡାଙ୍କ ସହିତ ଆଲୋଚନା ଅଧିକାରୀମାନେ ଆଲୋଚନା କରିଛନ୍ତି ।

ସୂଚନା ଯୋଗ୍ୟ; ଗତକିଛି ଦିନ ତଳେ ଜିତୁ ମୁଣ୍ଡା ମଲ୍ଲିପଶିସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ମୃତ ଭଉଣୀ କଲରା ମୁଣ୍ଡାଙ୍କ ଟଙ୍କା ଆଣିବାକୁ ଯାଇଥିଲେ । ବ୍ୟାଙ୍କ ଟଙ୍କା ଦେବାକୁ ମନା କରିଦେଇଥିଲା । ବ୍ୟାଙ୍କ ମୃତ୍ୟୁ ପ୍ରମାଣ ପତ୍ର ମାଗିଥିଲା । ଏହା ପରେ ଜିତୁ ମୁଣ୍ଡା ନିଜେ ଗାତ ଖୋଳି ମୃତ ଭଉଣୀଙ୍କ କଙ୍କାଳ ଉଠାଇ ନେଇଥିଲେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହି ଘଟଣାକୁ ନିନ୍ଦା କରାଯାଇଛି ।

ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଜିତୁ ମୁଣ୍ଡାଙ୍କୁ ତାଙ୍କ ପ୍ରାପ୍ୟ ମିଳିଥିଲା। ଜିଲ୍ଲା ରେଡକ୍ରସ ପାଣ୍ଠିରୁ ବିନା ବିଳମ୍ବରେ ଜିତୁଙ୍କୁ ୩୦ ହଜାର ଟଙ୍କା ସହାୟତା ରାଶି ଜିଲ୍ଲା ପ୍ରଶାସନ ପକ୍ଷରୁ ପହଞ୍ଚା ଯାଇଥିଲା।

Leave a Reply

Your email address will not be published. Required fields are marked *