ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ଓନୋ କେଇଚି ତାଙ୍କ ଓଡ଼ିଶା ଗସ୍ତ ସମୟରେ ପାରମ୍ପରିକ ଖାଦ୍ୟ ଡାଲମା ଚାଖିବା ପରେ ଓଡ଼ିଆ ଖାଦ୍ୟ ଏବଂ ସଂସ୍କୃତି ପ୍ରତି ପ୍ରଶଂସା କରିଛନ୍ତି। ଏହାସହ ସେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଯାହାର ଫଟୋ ସେ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେ ନିଜ ଏକ୍ସରେ ଲେଖିଛନ୍ତି ଯେ ଓଡ଼ିଶାରେ ଡାଲମା ଖାଇବାର ମଜା ନେଲି। ଯାହାକି ବହୁତ ସ୍ବାଦିଷ୍ଟ ଏବଂ ଏହି ଖାଦ୍ୟ ଓଡ଼ିଶାର ସଂସ୍କୃତିର ଏକ ଚମତ୍କାର ପ୍ରତିଫଳନ। ଜାପାନୀ ରାଷ୍ଟ୍ରଦୂତ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ଓଡ଼ିଆ ଖାଦ୍ୟ ଡ଼ାଲମା ଖାଇ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। Post navigation CM’s Public Grievance Hearing Postponed: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ପାଇଁ ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ Sexually Assaulting MBA Student: ଏମ୍ବିଏ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ: ୬୭ ବର୍ଷୀୟ ଦୋକାନୀ ଗିରଫ