ବିଜୁ ଜନତା ଦଳ (ବିଜେଡି)କୁ ଭଦ୍ରକ ଜିଲ୍ଲାରେ ଆଜି ବଡ଼ ଝଟକା ଲାଗିଛି । ଦଳର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସମେତ ୫୦୦ରୁ ଅଧିକ କର୍ମୀ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏହାସହିତ ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ସୁବାସିନୀ ସାହୁ, ବିଜେଡି ନେତା ଶସୀ କୁମାର ସାହୁଙ୍କ ସମେତ ଜିଲ୍ଲା ପରିଷଦର ପୂର୍ବତନ ସଦସ୍ୟ, ବ୍ଲକ୍ ଅଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ ଏବଂ ବିଭିନ୍ନ ପଞ୍ଚାୟତର ୫୦୦ରୁ ଅଧିକ ସକ୍ରିୟ କର୍ମୀ ଦଳ ଛାଡ଼ିଛନ୍ତି । ଅନେକ ସରପଞ୍ଚ ଓ ସମିଟ ସଭ୍ୟଙ୍କ ସମେତ ୫୦୦ରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ ଆଜି ସମୂହ ଭାବେ ଇସ୍ତଫା ଦେଇଛନ୍ତି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ମାସ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳରୁ ମଞ୍ଜୁଲତା ମଣ୍ଡଳ ଓ ମୁକ୍ତିକାନ୍ତ ମଣ୍ଡଳ ନିଲମ୍ବିତ ହୋଇଥିଲେ । Post navigation Odisha Reels Under Severe Heatwave Conditions: ଜଳୁଛି ପଶ୍ଚିମ ଓଡ଼ିଶା; ଝାରସୁଗୁଡାରେ ତାପମାତ୍ରା ୪୪.୮ ଡିଗ୍ରି Restriction on Petrol, Diesel Sale: ପେଟ୍ରୋଲ ଡିଜେଲ୍ ବିକ୍ରି ଉପରେ କଟକଣା