ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସେକ୍ସନ୍ ଅଫିସର । ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ଝାରସୁଗୁଡ଼ାର ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମ୍ ଏବଂ ପିଏଚ୍ଓ)ଙ୍କ କାର୍ଯ୍ୟାଳୟର ସେକ୍ସନ ଅଫିସର ଅନିତ୍ କୁମାର ଗୁରୁଙ୍କୁ ୨୫୦୦ ଟଙ୍କା ଲାଞ୍ଚ ଦାବି ଏବଂ ଗ୍ରହଣ କରିବା ଅଭିଯୋଗରେ ଗିରଫ କରିଛି। ଜଣେ ଜିଏନ୍ଏମ୍ ଶିକ୍ଷକଙ୍କ ଠାରୁ ଅଢ଼େଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେକ୍ସନ୍ ଅଫିସର ଅନିତ କୁମାର ଗୁରୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ସୂଚନା ଯୋଗ୍ୟ; ଆଉ ଜିଏନ୍ଏମ୍ ଶିକ୍ଷକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜିଏନ୍ଏମ୍ ଛାତ୍ରଛାତ୍ରୀଙ୍କ ତାଲିମ ପାଇଁ ଆବଶ୍ୟକ ଅନୁମତି ପାଇଁ ଆବେଦନ କରିଥିଲେ । ମାତ୍ର ସେକ୍ସନ୍ ଅଫିସର ଅନିତ ଗୁରୁ ଶିକ୍ଷକଙ୍କ ଠାରୁ ଅଢ଼େଇ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏ ନେଇ ଶିକ୍ଷକ ଜଣକ ଭିଜିଲାନ୍ସ ବିଭାଗକୁ ଜଣାଇଛଥିଲେ । ଏହା ପରେ ତାଙ୍କୁ ଧରିବାକୁ ଭିଜିଲାନ୍ସ ଜାଲ ବିଛାଇଥିଲା । ଆଜି ଅନିତ ଗୁରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଧରିଥିଲା । ତାଙ୍କ ନିକଟରୁ ଉକ୍ତ ଲାଞ୍ଚ ଟଙ୍କା ଜବତ କରିଛି । ତେବେ ଏହା ଅନିତ ଗୁରୁଙ୍କ ନାମରେ ପ୍ରଥମ ଅଭିଯୋଗ ନୁହେଁ । ପୂର୍ବରୁ ମଧ୍ୟ ସେ ଏମିତି ଅନେକ ଜିଏନ୍ଏମ୍ ଶିକ୍ଷକଙ୍କୁ ଲାଞ୍ଚ ମାଗି ହଇରାଣ କରିଥିବା ଅଭିଯୋଗ ରହିଥିଲା । ଏହା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ଚଢ଼ଉ କରିଛି । ଏହା ସହିତ ରାଉରକେଲା ଭିଜିଲାନ୍ସ ନିକଟରେ ମାମଲା ରୁଜୁ କରାଯାଇଛି । Post navigation Odisha Govt Kharif Loan To Farmers: ଖରିଫ୍ ଋତୁ ପାଇଁ ଚାଷୀଙ୍କୁ ମିଳିବ ୧୧,୫୦୦ କୋଟି ଟଙ୍କାର ଋଣ Voter Deletion Row: ରାଜ୍ୟରେ ୯.୮ ଲକ୍ଷ ଭୋଟରଙ୍କ ନାଁ କଟିବା ଘଟଣା; ଭୁବନେଶ୍ୱରରେ ବିଜେଡି କର୍ମୀଙ୍କ ପ୍ରତିବାଦ