Delhi Police Arrest Youth From Bhubaneswar Over Suspected terror Links
ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଥିବା ୪ ଜଣ ମୌଳବାଦୀଙ୍କ ମଧ୍ୟରେ ଓଡ଼ିଶାର ଭୁବନେଶ୍ୱର ଅଞ୍ଚଳର ଶେଖ୍ ଇମ୍ରାନ ଥିବା ସୂଚନା ମିଳିଛି । ଆତଙ୍କୀ ଲିଙ୍କ୍ ଅଭିଯୋଗରେ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି ।
 
ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ସୂଚନା ଅନୁଯାୟୀ, ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୨ ଜଣ ଓ ବିହାରରୁ ଜଣେ ରହିଛନ୍ତି । ଓଡ଼ିଶାରୁ ଗିରଫ ହୋଇଥିବା ଶେଖ୍ ଇମ୍ରାନ ଭୁବନେଶ୍ୱର ଅଞ୍ଚଳର ବାସିନ୍ଦା ଅଟନ୍ତି ।
 
ପୋଲିସ ଅନୁଯାୟୀ, ଏହି ଗ୍ରୁପ୍ ସୋସିଆଲ୍ ମିଡିଆ ଗ୍ରୁପ୍ ଜରିଆରେ ଅନ୍ୟ ଯୁବକମାନଙ୍କୁ ଜିହାଦୀ କାର୍ଯ୍ୟ ପାଇଁ ସକ୍ରିୟ କରାଉଥିଲେ । ଆତଙ୍କୀ ଆକ୍ରମଣ ପାଇଁ IED ପ୍ରସ୍ତୁତ କରୁଥିବା ଏବଂ ବିସ୍ଫୋରଣ ଯୋଜନା କରୁଥିବା ଅଭିଯୋଗ ହୋଇଛି ।ଏହା ବ୍ୟତୀତ ଜିହାଦୀ କାର୍ଯ୍ୟ ପାଇଁ QR କୋଡ୍ ଓ ବ୍ୟାଙ୍କ ମାଧ୍ୟମରେ ଅର୍ଥ ସଂଗ୍ରହ କରୁଥିଲେ ।
 
ଯୁବକମାନଙ୍କୁ ଜିହାଦୀ କାର୍ଯ୍ୟ ପାଇଁ ତାଲିମ୍ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଉଥିଲେ ବୋଲି ପୋଲିସ କହିଛି । ଗିରଫ ଅଭିଯୁକ୍ତମାନଙ୍କଠାରୁ ଡିଜିଟାଲ୍ ଡିଭାଇସ୍, ବ୍ୟାଙ୍କ ଡକ୍ୟୁମେଣ୍ଟ୍ ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ଏମାନେ ସକ୍ରିୟ ଭାବେ ‘ଗଜୱା-ଏ-ହିନ୍ଦ’ରେ ଭାଗ ନେବା ପାଇଁ ପ୍ରସ୍ତୁତି ଚଳାଇଥିଲେ ।  ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରାଯାଉଛି । ଏହି ଘଟଣା ପରେ ଓଡ଼ିଶା ପୋଲିସ ମଧ୍ୟ ସତର୍କ ହୋଇଛି ।
 
କହିରଖୁଛୁ ଯେ, ୨୨ ବର୍ଷୀୟ ଇମ୍ରାନଙ୍କୁ ୧୦ ତାରିଖ ରାତିରେ ଦିଲ୍ଲୀ ପୋଲିସ। ଉଠାଇ ନେଇଥିଲା

By Nirvay

Leave a Reply

Your email address will not be published. Required fields are marked *