constitution-tungi-in-every-panchayat-of-athagarh-block
ଆଠଗଡ଼ ବ୍ଳକର ପ୍ରତି ପଞ୍ଚାୟତରେ ସମ୍ବିଧାନ ଟୁଙ୍ଗି ସ୍ଥାପନ କରିବା ପାଇଁ ଆଠଗଡ଼ ବିଧାୟକ ରାଜା ସ୍ୱାଇଁ ସୂଚନା ଦେଇଛନ୍ତି । ଭାଗବତ ଟୁଙ୍ଗି ବଦଳରେ ସମ୍ବିଧାନ ଟୁଙ୍ଗି ସ୍ଥାପନ କରିବା ପାଇଁ ସେ ଘୋଷଣା କରିଛନ୍ତି ।
 
ସମ୍ବିଧାନ ଟୁଙ୍ଗିରେ ପ୍ରତ୍ୟେକ ନାଗରିକ ସମ୍ବିଧାନିକ ଶିକ୍ଷା ପାଇବେ । ଓଡ଼ିଶାରେ ପ୍ରଥମ କରି ଆଠଗଡ଼ ବ୍ଳକରେ ସମ୍ବିଧାନ ଟୁଙ୍ଗି ସ୍ଥାପନ କରିବା ପାଇଁ ଆଠଗଡ଼ ବିଧାୟକ ରାଜା ସ୍ୱାଇଁ ସୂଚନା ଦେଇଛନ୍ତି । ଓଡ଼ିଶାରେ ପ୍ରଥମ କରି ଆଠଗଡ଼ ବ୍ଳକରେ ଏହି ସମ୍ବିଧାନ ଟୁଙ୍ଗି ହେବ ।
 
ଦଳିତ ଆଦିବାସୀ ବହୁଜନ ମଞ୍ଚ, ଆଠଗଡ଼-ତିଗିରିଆ ଆନୁକୁଲ୍ୟରେ ଅନୁଷ୍ଠିତ ସମ୍ବିଧାନ ପ୍ରଣେତା ଡ଼ଃ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅବସରରେ ଆଠଗଡ଼ ମିନି ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜା ସ୍ୱାଇଁ ଏହି ଘୋଷଣା କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *