nitish-kumar-resigns-as-bihar-chief-minister-2
ବିହାର ରାଜନୀତିରେ ମଙ୍ଗଳବାର ଦିନ ଏକ ଐତିହାସିକ ଯୁଗର ଅବସାନ ଘଟିଛି । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ନୀତିଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।
 
ନୀତିଶ କୁମାର ଦଶନ୍ଧି ଧରି ରାଜ୍ୟ କ୍ଷମତାର କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି । ପୂର୍ବରୁ ସର୍ବାଧିକ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ରେକର୍ଡ କରିଥିଲେ ନୀତିଶ କୁମାର । ଏତେଦିନ ବିହାର ଲୋକମାନେ ତାଙ୍କୁ ସେବା କରିବାର ସୁଯୋଗ ଦେଇଥିବାରୁ ସେ ବିହାରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।
 
ଇସ୍ତଫା ପରେ ତାଙ୍କର ପ୍ରଥମ ବିବୃତ୍ତିରେ ନୀତିଶ କୁମାର ନୂତନ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ରହିବ ବୋଲି ଘୋଷଣା କରିଥିଲେ । ଇସ୍ତଫା ଦେବା ପୂର୍ବରୁ ନୀତିଶ କୁମାର ଶେଷ କ୍ୟାବିନେଟ୍ ବୈଠକର ସଭାପତିତ୍ୱ କରିଥିଲେ, ଯେଉଁଠାରେ ବର୍ତ୍ତମାନର ସରକାରକୁ ଭଙ୍ଗ କରିବା ପାଇଁ ଆନୁଷ୍ଠାନିକ ନିଷ୍ପତ୍ତି ନିଆଯାଇଥିଲା ।
 
ସୂଚନାଯୋଗ୍ୟ, ବିଜେପି ନେତା ସମ୍ରାଟ ଚୌଧୁରୀ ବିହାରର ମୁଖ୍ୟମନ୍ତ୍ରୀ ହେବେ । ଆସନ୍ତାକାଲି ସେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସମ୍ରାଟ ଚୌଧୁରୀଙ୍କୁ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ କରାଯାଇଛି । ପ୍ରଥମ ଥର ପାଇଁ ବିଜେପି ବିହାରରେ ନିଜର ମୁଖ୍ୟମନ୍ତ୍ରୀ ପାଇବାକୁ ଯାଉଛି ।

By Nirvay

Leave a Reply

Your email address will not be published. Required fields are marked *