ଆଜି ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ପାଳନକୁ ଦୃଷ୍ଟିରେ ରଖି କଟକ ଓ ସମ୍ବଲପୁରର ବିଭିନ୍ନ ସହରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋଭାଯାତ୍ରା ଆୟୋଜିତ ହେବାକୁ ଥିବା ବେଳେ ପୁରା ସହରକୁ ପୋଲିସ ଛାଉଣୀରେ ପରିଣତ କରାଯାଇଛି। କଟକର ଚୌଧୁରୀ ବଜାର ମାରୁତି ମଣ୍ଡପ ନିକଟରୁ ଶୋଭାଯାତ୍ରା ବାହାରି ବିଭିନ୍ନ ମୁଖ୍ୟ ରୁଟ ଦେଇ ଦୋଳମୁଣ୍ଡାଇ ପର୍ଯ୍ୟନ୍ତ ପହଁଚିବ। ଏହି ରୁଟକୁ ଧ୍ୟାନରେ ରଖି କମିଶନରେଟ ପୋଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ଯେଉଁ ରୁଟରେ ଶୋଭାଯାତ୍ରା ଯିବ କମିଶନରେଟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ସହରରେ ମୋଟ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୨୦୦ ଅଫିସର, ସିଆରପିଏଫ, ବିଏସଏଫ ଯବାନଙ୍କୁ ମୁତୟନ କରାଯାଇଛି। ଏହାସହ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ଓ ଡ୍ରୋନ କ୍ୟାମେରା ମାଧ୍ୟମରେ ନଜର ରଖାଯାଇଛି । ଅନ୍ୟପଟେ, ସମ୍ବଲପୁରରେ ମଧ୍ୟ ହନୁମାନ ଜୟନ୍ତୀ ପାଳନକୁ ନେଇ ପୋଲିସ ପ୍ରଶାସନ ହାଇଆଲର୍ଟରେ ରହିଛି। ଶାନ୍ତି ଓ ଶୃଙ୍ଖଳା ରକ୍ଷା ପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ସମଗ୍ର ରାଜ୍ୟରେ ହନୁମାନ ଜୟନ୍ତୀ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ପାଳନ କରିବାକୁ ପୋଲିସ ପ୍ରଶାସନ ପୂରାପୂରି ପ୍ରସ୍ତୁତ ଥିବା ସୂଚନା ମିଳିଛି । Post navigation Maha Bishuba Sankranti: ଆଜି ପବିତ୍ର ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ; ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ Modi Greets Odisha on Pana Sankranti: ଓଡ଼ିଆ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା